ଓଡ଼ିଆ ବାର୍ତ୍ତା/ ସଇଁତଲା (ରମାକାନ୍ତ ରାଜପଲିଆ): ସଇଁତଳା ବ୍ଲକ କୁମ୍ଭାରୀ ପଞ୍ଚାୟତ କୁମ୍ଭାରୀ ଠାରେ ୩୯ ତମ ନୂଆଖାଇ ଭେଟଘାଟ ଓ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି | ଅବସରପ୍ରାପ୍ତ ସ୍କୁଲ ନିରୀକ୍ଷକ ତଥା ଭେଟଘାଟ ଆୟୋଜକ କମିଟି ସଭାପତି ବିରଞ୍ଚି ପ୍ରସାଦ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଗୌନ୍ତିଆ କୁଞ୍ଜବିହାରୀ କୁଅଁର ମୁଖ୍ୟ ଅତିଥି, ଲକ୍ଷ୍ମୀଧର ନାୟକ, ମକରନ୍ଦ ବକୁଲ, କରୁଣାକର ସାହୁ, ନାଏବ ସରପଞ୍ଚ ସୌଭାଗ୍ୟରଞ୍ଜନ ବଗର୍ତ୍ତୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ | ଭାରତୀୟ ଜୀବନ ବୀମା ନିଗମର ଅବସରପ୍ରାପ୍ତ ପରିଚାଳକ ସଦାନନ୍ଦ ଛତ୍ରିୟା ମୁଖ୍ୟ ବକ୍ତା ରହିଥିଲେ | ଶିକ୍ଷକ ଜିତେନ୍ଦ୍ର କୁମାର ମିଶ୍ର, ସମ୍ପାଦକ ରାଜକୁମାର ବଗର୍ତ୍ତୀ ମଞ୍ଚ ପରିଚାଳନା କରିଥିଲେ | ହୁଳହୁଳି, ହାଣ୍ଡି ଭଙ୍ଗା, ରଙ୍ଗୋଲି, ମ୍ୟୁଜିକ ଚେୟାର, ସଙ୍ଗୀତ, ନୃତ୍ୟ ଆଦି ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଅତିଥିଗଣ ପୁରସ୍କୃତ କରିଥିଲେ | ନୃତ୍ୟ ପ୍ରତିଯୋଗିତାରେ ଲିଜା ଲୁହୁରା, ବିଦ୍ୟାଶା ରଣା, ପୁଷ୍ପାଞ୍ଜଳି ତମଲିଆ ଓ ସାଥୀ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ବିବେଚିତ ହୋଇଥିଲେ | ମହେଶ୍ୱର ମଲ୍ଲିକ ଓ ସାଥୀଙ୍କ ଦ୍ୱାରା ପରିବେଷିତ ଘୁଡୁକା ନାଚ ବିଶେଷ ଆକର୍ଷଣ ରହିଥିଲା |ଶେଷରେ କମିଟି ଉପସଭାପତି ଅନନ୍ତ ବଗର୍ତ୍ତୀ ଧନ୍ୟବାଦ ଅର୍ପଣ କରିଥିଲେ | ପ୍ରେମସିଂ କୁଅଁର, ଗିରିଶ ବେହେରା, ପ୍ରସନ୍ନ ମଲ୍ଲିକ, ବିଭୁତି ପୋଢ଼, ଘନଶ୍ୟାମ ପଶାୟତ, ନୀତେଶ ମିଶ୍ର, ମାନସ ରଣା, ଓମପ୍ରକାଶ ନାୟକ, ଲିଙ୍ଗରାଜ କଠାର, ବବ୍ଲୁ ବଗର୍ତ୍ତୀ, ସମ୍ବିତ ସାହୁ, ହେମବନ୍ତ ପୋଢ଼, ଶମ୍ଭୁପ୍ରସାଦ ରଣା, ଶୁଭମ ନାୟକ, ଜଗା ବଗର୍ତ୍ତୀ, ଆଶିଷ ବେହେରା, ଆତେଶ ମିଶ୍ର ଶତ୍ରୁଘ୍ନ ରଣା, ଶେଖର କଠାର, ଲିଙ୍ଗରାଜ ରଣା, ଜନ୍ମେଜୟ ବଗର୍ତ୍ତୀ, ହ୍ରୀତିକ ବଗର୍ତ୍ତୀ ସହଯୋଗ କରିଥିଲେ |





