ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ବଲାଙ୍ଗୀର ଜିଲ୍ଲା ବେଲପଡ଼ା ବ୍ଲକ ଧୂମାଭଟା ଗ୍ରାମ ସ୍ଥିତ ବୀଣାପାଣି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଉଦ୍ଘାଟିତ ହୋଇଯାଇଛି। ଏହା ସୋମବାର ଯାଏ ଚାଲିବ। କଲେଜ ଅଧ୍ୟକ୍ଷ ଦେବାର୍ଚ୍ଚନ ନାଗଙ୍କ ସଭାପତିତ୍ବ ଏବଂ ସୁଧୀର ପଧାନଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦ୍ଘାଟନୀ ସଭାରେ ଅବସରପ୍ରାପ୍ତ ଅଧ୍ୟାପକ ଅରୁଣ ବୁଡ଼େକ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ଅଧ୍ୟାପକ ଜୟକିଶୋର ସାହୁ, ମୁକେଶ ସାହୁ, ବାସୁଦେବ ଛତ୍ରିଆ, ଶୋଭାକର ସାହୁ ମଞ୍ଚାସିନ ରହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ତୀର୍ଥ ବୁଡ଼େକ, ବିଷ୍ଣୁ ଦେଓ, ଉଦ୍ଧବ ଦେଓ, ବିଜୟଲକ୍ଷ୍ମୀ ପୁଟେଲ, ଭରତ ବୁଡ଼େକ, ଗଜାନନ ଦେଓ, ସରୋଜ ଯୋଶୀ, ଯଶୋବନ୍ତ ମେହେର, ହିରଣ୍ମୟ ବାରଲେବଡ଼ିଆ ଉପସ୍ଥିତ ରହିଥିଲେ। ଅଧ୍ୟାପକ ଦେବେନ୍ଦ୍ର ମେହେର, ସତ୍ୟନାରାୟଣ ବଗର୍ତ୍ତୀ, ସୁବ୍ରତ ନନ୍ଦ, ବିଶ୍ୱରାମ ମଲ୍ଲିକ, ସ୍ୱରାଜ ବାଗ, ନରୋତ୍ତମ ପାଣିଗ୍ରାହୀ, ଶିବାନନ୍ଦ ଥନାପତି, ଅଧ୍ୟାପିକା ଜ୍ୟୋତିର୍ମୟୀ ଖୁଣ୍ଟଲି, ଶର୍ମିଷ୍ଠା ବାଗ, ଦୀପିକା ମେହେର, ନମିତା ପଧାନ, ଗୀତାଞ୍ଜଳି ହୋତା ସହଯୋଗ କରିଥିଲେ।