ମନମୋହନ ସିଂଙ୍କ ପାଇଁ ପୁରୁଷୋତ୍ତମପୁର କଂଗ୍ରେସର ମହାବତୀ ଶୋଭାଯାତ୍ରା

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ଭାରତର ପୂର୍ବତନ ପ୍ରଧାନମନ୍ତୀ, ବିଶିଷ୍ଟ ଅର୍ଥ ନୀତିଜ୍ଞ ଡ଼ ମନମୋହନ ସିଂଙ୍କ ଉଦେଶ୍ୟରେ ପୁରୁଷୋତ୍ତମପୁର କଂଗ୍ରେସ ପକ୍ଷରୁ ମହମବତୀ ଶୋଭାଯାତ୍ରା କରାଯାଇଛି । କଂଗ୍ରେସ ତରଫରୁ ଯୁବନେତା କର୍ମୀ ମାନଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀ ମାନେ କାକୀ ମନ୍ଦିର ଛକଠାରୁ ହାତରେ କେଣ୍ଡେଲ ଧରି ମହାନାୟକ, ଉଦର ବାଦୀ ରାଜନେତା ତଥା ଅର୍ଥ ନୀତିର ସଂସ୍କାରକ ମନମୋହନ ସିଂ ଅମର ରହେ ସ୍ଲୋଗାନ ଦେଇ ମହମବତୀ ଶୋଭାଯାତ୍ରାରେ ବାହାରି ବଜାର ପରିକ୍ରମା କରି କଲେଜ ବସଷ୍ଟାଣ୍ଡ ଛକ ଠାରୁ ପ୍ରତ୍ୟାବର୍ତ୍ତନ କରି ରଥ ସାହି ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ଠାକୁର ଙ୍କ ପାଖରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଆତ୍ମାର ସଦଗତି କାମନା କରି ନିରବ ପାର୍ଥନା କରି ଥିଲେ। ଏହି କାର୍ଯ୍ୟକ୍ରମରେ ସହଯୋଗ କରୁଥିବା ନେତା, କର୍ମୀ ମାନେ ହେଲେ ମନୋରଞ୍ଜନ ଦାଶ, କଂଗ୍ରେସ ବିଧାୟକ ପାର୍ଥୀ ଚିତ୍ରସେନ ବେହେରା, ମାଧବା ନନ୍ଦ ଦାଶ ସୁନୀଲ ମହାରଣା, ସୁଶାନ୍ତ କୁମାର ଗୌଡ଼, ସୁନୀଲ କୁମାର ବେହେରା, ଜିତେନ୍ଦ୍ର ପ୍ରଧାନ, ମାଧବ ମହାରଣା, ସନ୍ତୋଷ କୁମାର ଗୌଡ଼, ମଜଜ କୁମାର ରାଉଳ, ମଲ୍ଲୀ ଦାଶ, ରୋସନ ପ୍ରଧାନ, ସୁନୀଲ ବେହେରା, ନବରଙ୍ଗୀ ବେହେରା, ଆମଠୁରୀ ଭାଈ ତପନ କୁମାର ଦାଶ ପ୍ରମୁଖ। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.