ଜମି ଜଙ୍ଗଳ ମୁକ୍ତି ଆନ୍ଦୋଳନ କମିଟି ବୋଡେନ ବ୍ଲକର ଗଣଧାରଣା ଓ ପ୍ରତିବାଦ ସଭା

ବୋଡେନ,୨୨/୭ :  ନୂଅାପଡା ଜିଳ୍ଲା ବୋଡେନ ବ୍ଲକ ଠାରେ ଆଜି (ସୋମବାର) ଜମି ଜଙ୍ଗଲ ମୁକ୍ତି ଅାନ୍ଦୋଳନ କମିଟି ତରଫରୁ ବୋଡେନ ଟାଉନଦେଇ ଏକ ଶୋଭାଯାତ୍ରା ବାହାରି ବ୍ଳକ ସମ୍ମୁଖରେ ଅାସି ଗଣଧାରଣା ଓ ପ୍ରତିବାଦସଭା କରିଥିଲେ । ଉକ୍ତ ସଭାରେ ଜିଲ୍ଲାର ବିଭିନ୍ନ ସମସ୍ୟାକୁ ନେଇ ଜିଲ୍ଲାପାଳ ମହୋଦୟାଙ୍କୁ ଗୋଷ୍ଠିଉନ୍ନୟନ ଅଧିକାରିଙ୍କ ଜରିଅାରେ  ଦାବିପତ୍ର ପ୍ରଦାନକଲେ ଓ ପରେ ଗଣଧାରଣାରୁ ଉଠିଥିଲେ ।

Omkar Vasthu
Omkar Vasthu

 

Pearl dental clinic
Near Ashish Medical Store, Bhawanipatna

ସେମାନଙ୍କର ପ୍ରଥମ ଦାବି ସରକାରଙ୍କ ଦ୍ୱାରା ହେବାକୁଥିବା ସୁନାବେଡା ଅଭୟାରଣ୍ୟକୁ ବନ୍ଦ କରାଯାଉ । (୨) ଗତ ୨୦୧୮ମରୁଡି ସହାୟତା ରାଶି ଚାଷିମାନଙ୍କୁ ଦେବାପାଇଁ ସରକାର ମଞ୍ଜୁର କରି ତହସିଲଅଫିସ ମାନଙ୍କରେ ଜମା କରିଛନ୍ତି କିନ୍ତୁ ଏ ପଯ୍ୟନ୍ତ ଦିଆଯାଈ ନାହିଁ ଏହି ସହାୟତା ରାଶି ୧୫ ଦିନ ମଧ୍ୟରେ ଦେବାକୁ ବ୍ୟବସ୍ଥା କରାଯାଉ । (୩) ବୋଡେନ ବ୍ଳକ ଅଧିନରେ ଥିବା ନାଗପଡା ଓ କର୍ଲାକୋଟ ପଞ୍ଚାୟତ ଦ୍ୱୟର ଜମି କିଣାବିକା ନୂଅାପଡା ଠାରେ ଅଛି ତାହାକୁ ବୋଡେନ ତହସିଲ ଓ ରେଜିଷ୍ଟେସନ ଅଫିସ ଖଡିଅାଳ କରିବାପାଇଁ ଦାବି ।

Udyog Nursery
Udyogi Nursery

(୪)  ୨୦୧୭ ମସିହାର ମରୁଡି ଇନ୍ସୁରାସ ରାଶି ପାଇବାରୁ ବଞ୍ଚିତ ଥିବା ଚାଷୀଙ୍କୁ ତୁରନ୍ତ ଇନ୍ସୁରାସ ଦେବା ପାଇଁ ଦାବି । (୫) ନିମାଣ ଶ୍ରମିକ ମାନଙ୍କୁ ଘର ଦେବାପାଇଁ ସରକାର ମଞ୍ଜୁରକରି ପ୍ରତ୍ୟେକ ବ୍ଲକକୁ ଶ୍ରମିକ ମାନଙ୍କ ତାଳିକା ଦେଇଥିବା ଶ୍ରମିକଙ୍କୁ ତୁରନ୍ତ ବିଚାର କରିବା ପାଇଁ  ଦାବି  ଓ (୬) କେନ୍ଦୁପତ୍ର ତୋତାଳୀ ମାନଙ୍କର ଗତ ବର୍ଷର ବୋନସ ରାଶି ଦିଅାଯାଇ ନାହିଁ,ତରନ୍ତ ପ୍ରଦାନ କରିବାପାଇଁ ଦାବି କରାଯାଇଛି ।

ବୋଡେନ ବ୍ଲକ ପ୍ରତିନିଧି ହିତେଶ କୁମାର ଅଦାଙ୍କ ରିପୋଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇
http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.