ଫକୀରମୋହନ ସାହିତ୍ୟ ପରିଷଦ ଘୋଷଣା କଲା ପୁରସ୍କାର ଓ ସମ୍ମାନ

• ତରୁଣକାନ୍ତି ମିଶ୍ରଙ୍କୁ ସାହିତ୍ୟଶ୍ରୀ, ଦିପୁନ ପୁହାଣଙ୍କୁ ଉଦୟ ପ୍ରତିଭା ପୁରସ୍କାର

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ଫକୀରମୋହନ ସାହିତ୍ୟ ପରଷଦ ଆନୁକୂଲ୍ୟରେ ଆସନ୍ତା ୧୩ରୁ ୧୬ ଜାନୁଆରୀ ଚାରିଦିନ ବ୍ୟାପି କଥାସମ୍ରାଟ ଫକୀରମୋହନଙ୍କର ୧୮୩ତମ ଜୟନ୍ତୀ ଓ ପରିଷଦର ୭୮ତମ ବାର୍ଷିକ ଉତ୍ସବ ପାଳନ କରାଯିବା ଅବସରରେ ଓଡ଼ିଶାର ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ୨୪ଜଣ ଲବ୍ଧପ୍ରତିଷ୍ଠ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ ଓ ପୁରସ୍କୃତ କରାଯିବ। ବିଶିଷ୍ଟ କଥାକାର ତରୁଣକାନ୍ତି ମିଶ୍ରଙ୍କୁ ପରିଷଦର ସର୍ବୋଚ୍ଚ ପୁରସ୍କାର ‘ଫକୀରମୋହ‌ନ ସାହିତ୍ୟଶ୍ରୀ’ ପ୍ରଦାନ କରାଯାଉଥିବା ବେଳେ ଯୁବ ସାହିତ୍ୟିକ ଦିପୁନ ପୁହାଣ ‘ହାଜି ଅସରଫ୍ ଅଲ୍ଲୀ ଉଦୟ ପ୍ରତିଭା’ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି।

Omkar Vasthu
Omkar Vasthu

ଏତଦ୍‌ଦ୍‍ବ୍ୟତୀତ ଲଲାଟେନ୍ଦୁ ଦାସ ମହାପାତ୍ର (ପ୍ରବନ୍ଧ), ଡକ୍ଟର ଦେବାଶିଷ ପାତ୍ର (ସମାଲୋଚନା), ସୌଭାଗ୍ୟବନ୍ତ ମହାରଣା (କବିତା), ସୀତେଶ ତ୍ରିପାଠୀ (ଗଳ୍ପ), ନିବାରଣ ଜେନା (ଉପନ୍ୟାସ), ସଂଜୟ ହାତୀ (ନାଟକ), ମନୋଜ ମହାନ୍ତି (ଗୀତିକବିତା), ବର୍ଷାଳୀ ଶର୍ମା ଗୌଡ଼ (ଅନୁବାଦ), ବ୍ରଜ ସୁବୁଦ୍ଧି (ହାସ୍ୟ ଓ ବ୍ୟଙ୍ଗ), ଦେବେନ୍ଦ୍ର ଚୌଧୁରୀ (ଶିଶୁ ସାହିତ୍ୟ), ଚିନ୍ମୟ ହୋତା (ସମ୍ବାଦ ସାହିତ୍ୟ), ଇଂ. ରଶ୍ମିରଂଜନ ରାୟ ( ଶ୍ରୀଜଗନ୍ନାଥ ସଂସ୍କୃତି), ଡ. ଭାଗବତ ପ୍ରସାଦ ଦାସ (ସାହିତ୍ୟ ସଂଗଠନ), କମଳ କୁମାର ମହାନ୍ତି (ପତ୍ରିକା ସଂପାଦନା), ଡ. ମୋହିତ କୁମାର ଷଡ଼ଙ୍ଗୀ (ସାହିତ୍ୟ ଓ ସମାଜସେବା), ପଣ୍ଡିତ ଭୂପତି ଭୂଷଣ ମିଶ୍ର (ଆଧ୍ୟାତ୍ମିକ ସାହିତ୍ୟ), ଅଶୋକ ମହାନ୍ତି (ଭ୍ରମଣ ସାହିତ୍ୟ), ରାସେଶ୍ବରୀ ମିଶ୍ର (ଆତ୍ମଜୀବନୀ), ସଙ୍ଗୀତା ପଣ୍ଡା (ସଙ୍ଗୀତ), ସୁଶାନ୍ତ କୁମାର ଦାସ (ତବଲା ବାଦନ) ଓ ଡ. କମଳାକାନ୍ତ ଜେନା (ବିଜ୍ଞାନ ସାହିତ୍ୟ)ଙ୍କୁ ସମ୍ମାନିତ କରାଯିବ। ଚଳିତବର୍ଷ ପାଇଁ ଫକୀରମୋହନ ସାହିତ୍ୟ ପରିଷଦର ବରିଷ୍ଠ ସଦସ୍ୟା ସୁଶ୍ରୀ ଅରୁଣା ରାୟଙ୍କୁ ‘ପରିଷଦ ଗୌରବ ସମ୍ମାନରେ ସମ୍ମାନିତ କରାଯିବ। ଚାରିଦିନ ବ୍ୟାପି ସାହିତ୍ୟସଭା, ବିଭିନ୍ନ ପ୍ରତିଯୋଗିତା, ସଙ୍ଗୀତ ବିଚିତ୍ରା ଓ ନାଟକ କାର୍ଯ୍ୟକ୍ରମ ମଧ୍ଯ ଅନୁଷ୍ଠିତ ହେବ ବୋଲି ପରିଷଦ ତରଫରୁ ପ୍ରକାଶିତ ଏକ ବିଜ୍ଞପ୍ତିରେ କୁହାଯାଇଛି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.