ଇଙ୍କଡିୟୁ ପକ୍ଷରୁ ଦେଓମାଳୀରେ ଓପେନ ମାଇକ ସୋ

ଓଡ଼ିଆ ବାର୍ତ୍ତା/ ଦାମନଯୋଡି: ୭୬ ତମ ସାଧାରଣତନ୍ତ୍ର ଦିବସ ଅବସରରେ ଆନ୍ତର୍ଜାତୀୟ ପ୍ରକାଶନୀ ସଂଗଠନ ‘ଇଙ୍କଡିୟୁ’ ପକ୍ଷରୁ ଓଡ଼ିଶାର ଉଚ୍ଚତମ ଶୃଙ୍ଗ ଦେଓମାଳୀ ଠାରେ ଏକ’ ଓପେନ ମାଇକ ସୋ’ ଅନୁଷ୍ଠିତ ହୋଇଥିଲା ।

Omkar Vasthu
Omkar Vasthu

ଏହାର ପ୍ରତିଷ୍ଠାତା ସଦସ୍ୟ ଡା. ମନୋଜ କିଶୋର ନାୟକଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ କୋରାପୁଟ ଜିଲ୍ଲାର ଭୀଷ୍ମ ପିତାମହ ତଥା ଭୂଦାନ ଆନ୍ଦୋଳନ ନେତା କୃଷ୍ଣ ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଓଡ଼ିଶାର ସୁନାମ ଧନ୍ୟ ଲେଖକ, କବି, ପ୍ରାବନ୍ଧିକ କୃପାସାଗର ସାହୁ ଓ ସୁଶ୍ରୀ ଝାନ୍ସୀ ସିଂ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ ।

Pearl dental clinic
Near Ashish Medical Store, Bhawanipatna

ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୪୦ଜଣ କବି କବୟିତ୍ରୀ, ଲେଖକ ଲେଖିକା ସ୍ବରଚିତ କବିତା ଆବୃତ କରିଥିଲେ। ଏତଦ୍ ବ୍ୟତୀତ ସ୍ଥାନୀୟ ଅଞ୍ଚଳର ଅନେକ ଯୁବ ଓ ଶିଶୁ ପ୍ରତିଭା ମଧ୍ୟ ନିଜର ପାରଦର୍ଶିତା ଉପସ୍ଥାପନ କରିଥିଲେ ।

Udyog Nursery
Udyogi Nursery

ଶ୍ରୀ ସାହୁଙ୍କ ରଚିତ ଉପନ୍ୟାସ ‘ଉର୍ମିଳା ଏକ ଜୀବନ’ ଇତି ଅବସରରେ ଉନ୍ମୋଚିତ ହୋଇଥିଲା । ଅନେକ ପ୍ରତିଭାଙ୍କୁ ପୁରସ୍କୃତ ଓ ସମ୍ବର୍ଦ୍ଧିତ କରାଯାଇଥିଲା । ସୁଶ୍ରୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ରାୟ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଶେଷରେ ଶ୍ରୀମା ବାନୁଆ ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.