ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ରୁପ୍ରାରୋଡର ପୂର୍ବତନ ସରପଞ୍ଚ କିରଣବାଳା ମହାନ୍ତିଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ବୟସ ହେଉଥିଲା। ଭୁବନେଶ୍ବର ଏମ୍ସରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ଶନିବାର ରାତି ୯.୩୦ ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ରବିବାର ସ୍ଥାନୀୟ ସାନ୍ଦୁଲ ନଦୀ ତଟରେ ଏକ ଶୋକାକୁଳ ପରିବେଶ ମଧ୍ୟରେ ତାଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି। ତାଙ୍କର ପୁଅ ଚନ୍ଦନ ମହାନ୍ତି ମୁଖାଗ୍ନି ଦେଇଥିଲେ। ମୃତ୍ୟୁ ସଜ୍ୟା ନିକଟରେ ସ୍ବାମୀ ମନୋଜ ମହାନ୍ତି (ଭାରତୀ), ପୁଅ, ଝିଅ, ପୁତ୍ରବଧୂ, ଆତ୍ମୀୟ ସୋଦର ଓ ବନ୍ଧୁବାନ୍ଧବ ଉପସ୍ଥିତ ଥିଲେ। କିରଣବାଳା ମହାନ୍ତି ରୁପ୍ରାରୋଡର ସରପଞ୍ଚ ଥିବା ସମୟରେ ଅନେକ ଉନ୍ନତି ମୂଳକ କାର୍ଯ୍ୟ କରିଥିଲେ। ସେ ଜଣେ ସ୍ନେହୀ ଓ ପରୋପକାରୀ ମହିଳା ଭାବେ ସ୍ଥାନୀୟ ଅଞ୍ଚଳରେ ସୁପରିଚିତ ଥିଲେ। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବାପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।