ଗାଙ୍ଗଦହଣି ଗ୍ରାମରେ କିଶୋରୀ ମେଳା ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ଜାମୁନି ଗାଙ୍ଗ ଦହଣି ଗ୍ରାମର ରାଜୀବ ଗାନ୍ଧୀ ସେବା କେନ୍ଦ୍ର ରେ କିଶୋରୀ ମେଳା ସମନ୍ୱିତ ଶିଶୁଵିକାଶ ସୁପର ଭାଇଜର ପଦ୍ମା ବତୀ ଦେବୀ ଙ୍କ ସଂଯୋଜନା ରେ ଆରମ୍ଭ କରା ଯାଇଥିଲା | ଏଥିରେ ମୁଖ୍ୟ ଅତିଥି ଭାବେ ସିଡିପିଓ ଲଳିତା ମଲ୍ଲିକ ଯୋଗଦେଇ ଥିଲାବେଳେ, ସମସ୍ତ ୱାର୍ଡ ମେମ୍ବର, ସିଏଚଓ ମେଡମ, ସମସ୍ତ ଅଙ୍ଗନୱାଡି କର୍ମୀ, ସହାୟିକା କର୍ମୀ ଓ ସମସ୍ତ ୧୫ ବର୍ଷରୁ ୧୯ ବର୍ଷ ର କିଶୋରୀ ବାଳିକା ମାନେ ଯୋଗ ଦେଇଥିଲେ | ଏହିକାର୍ଯ୍ୟ କ୍ରମରେ କିଶୋରୀ ବାଳିକା ମାନଙ୍କ ର ରକ୍ତ ହୀନତ ନିରାକରଣ, ହିମାଗ୍ଲୋବିନ ଟେଷ୍ଟ, ଆଇଏଫଏ ଟାବଲେଟ ବଣ୍ଟନ, ଉଚତା ଓ ଓଜନ ମପାଗଲା, ଅଣ୍ଡା ବଣ୍ଟନ କରାଯିବା ସହିତ ନୃତ୍ୟ, ଗୀତ ଭାଷଣ ସୁନ୍ଦର ଭାବେ ପରିବେଷଣ କରାଯାଇଥିଲା | ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଉଦେଶ୍ୟ ଥିଲା ଏମ ଏସପି ୱାଇ ରେ କଣ କଣ ମିଳୁଛି, ଏବଂ ବାଲ୍ୟ ବିବାହକୁ ନାଁ କରିବା, ପାଠ ପଢାକୁ ହଁ କରିବା, କିଶୋରୀ ମାନଙ୍କର କିପରି ଶାରୀରିକ, ମାନସିକ ସାମାଜିକ କାର୍ଯ୍ୟ ର ବିକାଶକିପରି ହୋଇ ପାରିବ ତାଉପରେ ଧ୍ୟାନ ଦିଆଯାଇଥିଲା | ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସବୁଠାରୁ ବଡ଼ ଅଦ୍ଵିକା କାର୍ଯ୍ୟକ୍ରମ କିଶୋରୀ ମେଳା ରେ ସଖି ସେହଲ , ବନ୍ଧୁ ସଖା, ବାରମାସର ଥିମ ଉପରେ ଆଲୋଚନା କରା ଯିବା ସହିତ ସେମାନଙ୍କର ଦକ୍ଷତା କିପରି ବିକାଶ ହେବ, ସର୍ବ ବିଧିର ବିକାଶ ହେବ, ସ୍କୁଲ ରେ ସବୁ ପିଲା ଯେପରି ପାଠ ପଢିବେ, ସେଥିରୁ କେହି ବଞ୍ଚିତ ନହୁଅନ୍ତି , ଗ୍ରାମାଞ୍ଚଳ ରେ କିପରି ଅଶିକ୍ଷିତ ଓବହେଳିତ ରହିବେ ନାହିଁ, ଝିଅ ପୁଅ ଭେଦ ଭାବ ରହିବେ ନାହିଁ, ଝିଅ ମାନଙ୍କୁ ଉଚ୍ଚ ଶିକ୍ଷା ଦେବା, କାହିଁକି ନାଁ ଆଜିର କିଶୋରୀ କାଲିର ଜଣେ ମା ମୁଖ୍ୟମନ୍ତ୍ରୀ ଙ୍କ ଏହି ଯୋଜନା ବିଷୟ କୁ ବିସ୍ତୃତ ଭାବେ ବୁଝା ଯାଇଥିଲା | ଏହାସହ ବାଲ୍ୟ ବିବାହ ଓ ଯୌତୁକ ନିର୍ଯ୍ୟାତନାଉପରେଆଲୋ ଚନା କରାଯାଇ ଥିଲା |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.