ଦାମୀ ଗାଡ଼ିରୁ ପୁଳାପୁଳା ଗଞ୍ଜେଇ ଜବତ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗିର (ମୁନା ଗୌଡ଼): ବର୍ତ୍ତମାନ ବଲାଙ୍ଗିର ସହରର ବଡ଼ ଖବର, ବଲାଙ୍ଗିର ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା। ଇନୋଭା ଗାଡ଼ି ସହ ୨୧ ଲକ୍ଷ ଟଙ୍କାର ଗଞ୍ଜେଇ ଧରିବାରେ ସଫଳ ହୋଇଛି ବଲାଙ୍ଗିର ଜିଲ୍ଲାର ମୋବଇଲ ୟୁନିଟ ତଥା ଅବକାରି ବିଭାଗ। ଘଟଣାରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ଥିବା ବେଳେ ଅଭିଯୁକ୍ତ ତଥା ଗଞ୍ଜେଇ ଚାଲାଣକାରି ମାନେ ୟୁପିର ଯୋହାନପୁର ଜିଲ୍ଲାର ବୋଲି ଜଣାପଡିଛି। ଜବତ ଗଞ୍ଜେଇ ବୌଦ୍ଧ ଜିଲ୍ଲା ମତାକୃପା ଜଙ୍ଗଲରୁ ବଲାଙ୍ଗିର ଦେଇ ୟୁପିକୁ ଚାଲାଣ ହଉଥିବା ବେଳେ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ବଲାଙ୍ଗିର ଅବକାରୀ ବିଭାଗ ତଥା ଜିଲ୍ଲା ମୋବାଇଲ ୟୁନିଟ ମାଡ଼ି ବସିଥିଲା। ବସ୍ତା ବସ୍ତା ଗଂଜେଇ ଜବତ କରିବା ସହ ଗୋଟିଏ ଇନୋଭା ଗାଡ଼ି ଓ ୩ ଜଣ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ମାନେ ୟୂପିର ଯୋହାନପୁର ଜିଲ୍ଲାର ଚନ୍ଦ୍ରକେଶ ଯାଦବ, ମୁଲଚାନ୍ଦ ଯାଦବ, ସଙ୍କଲ ଅହମଦ ବୋଲି ଜଣାପଡିଛି। ଗିରଫ ପରେ ୩ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବା ନେଇ ଅବକାରୀ ଅଧିକ୍ଷକ ସୀତାକାନ୍ତ ମୁଦୁଲି ସୂଚନା ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.