ଏଭରେଷ୍ଟ ସମିଟର ସମିଟରୁ ଫେରିଲେ ଯୋଗବ୍ୟାସ ଭୋଇ: କେସିଙ୍ଗା ଓ ଜନ୍ମମାଟି ରୁପ୍ରାରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ତଥା ଓଡ଼ିଶାର ଗର୍ବ ଓ ଗୌରବ ଆନ୍ତର୍ଜାତିକ ପର୍ବତାରୋହୀ ଯୋଗବ୍ୟାସ ଭୋଇ  ନିକଟରେ ଏଭରେଷ୍ଟ ସମିଟର ମେଡାଲ ସହିତ ପୁରସ୍କୃତ ହୋଇଛନ୍ତି।ଶ୍ରୀ ଭୋଇ ପ୍ରଥମ ଏଭରେଷ୍ଟ ଆରୋହୀ ଭାବରେ ଏହି ମେଡାଲ ପାଇବା ସହିତ ପୁରସ୍କୃତ ହୋଇଥିଲେ ଯାହାକି ଜିଲ୍ଲା ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଗତ ମଇ ୨୭ରେ ନେପାଳ ଦେଶର କାଠମାଣ୍ଡୁଠାରେ ଏଭେରେଷ୍ଟ ଆଲାଏନସ ଦ୍ବାରା ଆୟୋଜିତ ‘ଏଭରେଷ୍ଟ ସମିଟର ସମିଟ-୨୦୨୬’ କାର୍ଯ୍ୟକ୍ରମରେ ତାଙ୍କୁ ଏହି ମେଡାଲ ପ୍ରାପ୍ତ ହୋଇଥିଲା। ଏହି ସମାରୋହରେ ନେପାଳର ରାଷ୍ଟ୍ରପତି ରାମଚନ୍ଦ୍ର ପାଉଡେଲଙ୍କ ସମେତ ପର୍ଯ୍ୟଟନ ବିଭାଗର ମନ୍ତୀ ମଧ୍ୟ ଯୋଗଦେଇଥିଲେ। ତେବେ ଏହି ଆନ୍ତର୍ଜାତିୟ କାର୍ଯ୍ୟକ୍ରମ ସରିବା ପରେ ସେ କାଠମାଣ୍ଡୁରୁ ବିମାନ ଯୋଗେ ନୂଆଦିଲ୍ଲୀ ହୋଇ ପରେ ସମତା ଟ୍ରେନ ଯୋଗେ ଆଜି କେସିଙ୍ଗାରେ ପହଞ୍ଚିଥିଲେ। କେସିଙ୍ଗା ରେଳଷ୍ଟେସନଠାରେ ଶ୍ରୀ ଭୋଇଙ୍କୁ କେସିଙ୍ଗା ଏନଏସିର ପୂର୍ବତନ ଉପାଧ୍ୟକ୍ଷ ତଥା ଉତ୍କଳ ଯାଦବ ମହାସଭାର ସମ୍ପାଦକ ଗୋବିନ୍ଦ ବନଛୋର, ଏନଏସି କାଉନସିଲର ଧରଣୀଧର ନାଏକ, ପ୍ରକାଶ ବନଛୋର, ସାମ୍ବାଦିକ ଅର୍ଜୁନ ପୋଢ, ବିଜେପିର ପୂର୍ବତନ ସଭାପତି କୁନା ଦାସ, ସମାଜସେବୀ ମିଥୁନ ବଗର୍ତି, ପ୍ରଦୀପ ବନଛୋର, ବରିଷ୍ଠ ଆଇନଜୀବୀ ଉତ୍ତର ଛତର, ରେଳବିଭାଗରେ କାର୍ଯ୍ୟରତ ଉତ୍ତର ବଗର୍ତି, ଯୁବ ସମାଜସେବୀ ଜ୍ଯୋତି ରଞ୍ଜନ ସାହୁଙ୍କ ସହିତ ପର୍ବତାରୋହୀ ଦଳର ଜାତୀୟସ୍ତରର ପର୍ବତାରୋହୀ ରୋମାଞ୍ଚଳ ଭୋଇ, ପର୍ବତାରୋହୀ ହରିଶ ବଗର୍ତି, ଦୁଃସାହସିକ କ୍ରୀଡାବିତ ଅଜୟ ମାଝୀ, ପ୍ରଜ୍ଞାନନ୍ଦ ଛତର, ସସ୍ମିତା ରଣା, ପୂଜା ଭୋଇ, ରାଜ ମାଝୀ ସମେତ ଅନ୍ଯାନ୍ଯ ଶୁଭେଛୁମାନେ କେସିଙ୍ଗା ରେଳଷ୍ଟେସନରେ ଭବ୍ଯ ସ୍ବାଗତ ସମ୍ବର୍ଦ୍ଧନା କରିଥିଲେ। ପରେ କେସିଙ୍ଗାରୁ ନିଜ ଗାଁ ରୁପ୍ରାକୁ ଫେରିବା ପରେ ସେଠାରେ ମଧ୍ୟ ତାଙ୍କୁ ଶୁଭେଛୁମାନେ ଫୁଲତୋଡା ଦେଇ ସ୍ଵାଗତ ଜଣାଇଥିଲେ। ସମ୍ବର୍ଦ୍ଧନାର ଉତ୍ତରରେ ଶ୍ରୀ ଭୋଇ ସମସ୍ତଙ୍କୁ କୃତଜ୍ଞତା ଜଣାଇବା ସହ ‘ଏହି ବର୍ଷ ମାଉଣ୍ଟ ଏଭରେଷ୍ଟ ବେସ କ୍ଯାମ୍ପ ନେବା ସହିତ ସ୍ପୋର୍ଟ କ୍ଲାଇମିଙ୍ଗରେ ଏକ ଦଳ ଜାତୀୟସ୍ତରରେ ପ୍ରତିନିଧିତ୍ବ କରିବେ’ ବୋଲି ଦୃଢତାର ସହିତ ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.