ଫୁଲବାଣୀର ପିଏ ଆଇଟିଡିଏ ଭାବେ ଗଦାଧର ପାତ୍ରଙ୍କ ଦାଇତ୍ୱ ଗ୍ରହଣ

ଓଡ଼ିଆ ବାର୍ତ୍ତା/ ଫୁଲବାଣୀ (ସରୋଜ ପ୍ରଧାନୀ): ସୋମବାର ଫୁଲବାଣୀ ଆଇଟିଡିଏର ନୂତନ ପ୍ରକଳ୍ପ ପ୍ରଶାସକ ଭାବେ ଗଦାଧର ପାତ୍ର ଦାଇତ୍ୱ ଗ୍ରହଣ କରିଛନ୍ତି। ଏଥି ପୂର୍ବରୁ ଶ୍ରୀ ପାତ୍ର ବାଲିଗୁଡା ପିଏ ଆଇଟିଡିଏ ଦାୟିତ୍ୱରେ ରହି ନିଷ୍ଠା ଓ ପରିଶ୍ରମ ବଳରେ ଅନେକ ଉନୟନ ମୂଳକ କାମ କରି ଲୋକଙ୍କ ନିକଟତର ହୋଇଥିଲେ। ବିଶେଷ କରି ତୁମୁଡିବନ୍ଧ, କୋଟଗଡ, ବାଲିଗୁଡା ଅଂଚଳରେ, କଦଳୀ ଚାଷ, ଗେଣ୍ଡୁ ଫୁଲ ଚାଷ, କୁକୁଡ଼ା ଚାଷ, ପାହାଡ ଉପରୁ ଜଳ ସେଚନ କରି ଚାଷ ଜମି କୁ ଆଣିବାରେ ବହୁ ଉନତି ମୂଳକ କାମ କରିଥିଲେ. ସେଥିପାଇଁ ଆଦିବାସୀ ଅଂଚଳରେ ଭୁରି ଭୁରି ପ୍ରଶଂସା ସାଉଁଟି ଥିଲେ। ଏବେ ଫୁଲବାଣୀ ପିଏ ଆଇଟିଦିଅ ଭାବେ ଦାଇତ୍ୱ ନେବା ପରେ ଶିକ୍ଷା ଏବଂ ପାନୀୟ ଜଳ ଉପରେ ଅଧିକ ଗୁରୁତ୍ୱ ଦେବେ ବୋଲି କହିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.