ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କର୍ଲାମୁଣ୍ଡା ବ୍ଲକ ଯୋରାଡବରା ପଞ୍ଚାୟତର କୁଶୁର୍ଲା ହଜାରୀପଡା ଗ୍ରାମରେ ରାମ ସୀତାଙ୍କ ବିବାହ ଉତ୍ସବ ପାଳିତ ହୋଇଯାଇଛି। ଅଯୋଧ୍ୟାପୁରୀ କୁଶୁର୍ଲା ହଜାରିପଡା ଗ୍ରାମ ଠାରୁ ମିଥିଲାପୁରୀ ମସ୍କାଦାଣ୍ଡି ଗ୍ରାମକୁ ସୀତାଦେବୀଙ୍କୁ ବିବାହ କରିବାପାଇଁ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କ ସହ ହଜାରୀପଡା ଗ୍ରାମବାସୀ ବରଯାତ୍ରୀରେ ଯାଇଥିଲେ। ବିବାହ ସଂପୂର୍ଣ୍ଣ ହେବା ପରେ ମସ୍କାଦାଣ୍ଡି ମିଥିଳାପୁରୀରୁ ସମସ୍ତ ଗ୍ରାମବାସୀ ସୀତା ମାତାଙ୍କୁ ଛାଡ଼ିବା ପାଇଁ ଅଯୋଧ୍ୟାପୁରୀ ହଜାରୀପଡାକୁ ଆସି ଅର୍ଣ୍ଣ ପ୍ରସାଦ ସେବନ କରିଥିଲେ। ମସ୍କାଦାଣ୍ଡି ଗ୍ରାମର କୈଳାଶ ଗହୀର ଓ ତାଙ୍କ ଧର୍ମପତ୍ନୀ କାଠମଲ୍ଲୀ ଗହୀର ଜନକ ରୁଷି ଓ ସୁନୟନାଦେବୀଙ୍କ ଦାୟିତ୍ୱ ନିର୍ବାହ କରିଥିବାବେଳେ ମସ୍କାଦାଣ୍ଡି ଗ୍ରାମର ସମସ୍ତ ମାନ୍ୟଗଣ ବ୍ୟକ୍ତି ଓ ମହିଳା ମାନେ ବିପୁଳ ମାତ୍ରାରେ ସ୍ୱାଗତ କରିଥିଲେ। ଏହି କାର୍ଯ୍ୟକ୍ରମରେ ପୂଜକ ଭାବେ ବୁଲୁ ଦାଶ ଥିବାବେଳେ ହଜାରୀପଡା ରାମଜୀ ସାଂସ୍କୃତିକ ଅନୁଷ୍ଠାନର କର୍ତ୍ତା କୈଳାଶ ସାହୁ ଏବଂ ତାଙ୍କ ଧର୍ମପତ୍ନୀ କୁମୁଦିନୀ ସାହୁ, ସଭାପତି ସୋମନାଥ ସାହୁ, ଉପସଭାପତି ସୁଶାନ୍ତ ସାହୁ, ସମ୍ପାଦକ ତ୍ରିଲୋଚନ ସାହୁ, ସହ ସମ୍ପାଦକ ଜଗନ୍ନାଥ ସାହୁ, କୋଷାଧକ୍ଷ ଡମ୍ୱରୁଧର ସାହୁଙ୍କ ସମେତ ଗ୍ରାମର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ। ଶେଷରେ ସଭାପତି ଶ୍ରୀ ସାହୁ ମସ୍କାଦାଣ୍ଡି ଗ୍ରାମର ସମସ୍ତ କର୍ମକର୍ତ୍ତା ମାନଙ୍କୁ ଆନ୍ତରିକ କୃତଜ୍ଞତା ଜଣାଇଥିଲେ।