ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳା ନନ୍ଦ ବଗର୍ତ୍ତୀ): ପୋଖରୀରେ ବୁଡ଼ି ଜଣେ ନାବାଳକଙ୍କ ଅମୂଲ୍ୟ ଜୀବନ ଚାଲିଯାଇଛି। ଏପରି ଏକ ଘଟଣା ଘଟିଛି ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ସଇଁତଳା ଥାନା ଶାନ୍ତ ଉପେର ଗାଁରେ।ବଲାଙ୍ଗୀର ଆନନ୍ଦ ନଗରର କିଛି ନାବାଳକ ସାଙ୍ଗ ଏକାଠି ହୋଇ ସଇଁତଳାର ଶାନ୍ତଉପରେ ଗାଁକୁ ନିଜ ସମ୍ପର୍କୀୟଙ୍କ ବାହାଘରକୁ ଆସିଥିଲେ। ଆଜି ସେହି ୪ ଜଣ ନାବାଳକ ସାଙ୍ଗ ଏକାଠି ହୋଇ ଗାଁର ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ। ସେଠାରେ ଗୋଧାଇବା ବେଳେ ଜଣେ ନାବାଳକ ପାଣିରେ ବୁଡ଼ି ମରିଯାଇଥିବା ଜଣାପଡିଛି।