ଓଡ଼ିଶାରେ ଜାତିଭିତିକ ଜନଗଣନା ଓ ପଛୁଆ ବର୍ଗଙ୍କ ସାମ୍ବିଧାନିକ ଅଧିକାର ଏବଂ ସାମାଜିକ ନ୍ୟାୟ ପାଇଁ ସମାଜବାଦୀ ପାର୍ଟିର ଆନ୍ଦୋଳନ ଡାକରା 

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ବର: ନିକଟରେ ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିଲେ। ସେ ଜାତିଭିତ୍ତିକ ଜନଗଣନା ପାଇଁ ଦାବି କରିବା ସହ ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜ୍ୟ ଓ କେନ୍ଦ୍ରର ବିଜେପି ସରକାର ଉପରେ ଜୋର୍ ବର୍ଷିଥିଲେ। ଅଖିଳେଶଙ୍କ ଓଡ଼ିଶା ଗସ୍ତ ରାଜ୍ୟ ରାଜନୀତିରେ ନୂତନ ସମୀକରଣ ସୃଷ୍ଟି କରିପାରେ ବୋଲି ରାଜନୈତିକ ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି। ଏପଟେ ସମାଜବାଦୀ ପାର୍ଟିର ଓଡ଼ିଶା ପ୍ରଦେଶ ସଭାପତି ଶିବ ହାତୀ ଯାଦବଙ୍କ ନେତୃତ୍ୱରେ ଦଳ ସକ୍ରିୟ ହେବାକୁ ଲାଗିଛି। ରାଜ୍ୟ ସଭାପତି ଭାବେ କାର୍ଯ୍ୟକରିବାର ଅଳ୍ପ କିଛି ମାସ ମଧ୍ୟରେ ସେ ସଂଗଠନକୁ ସୁଦୃଢ କରି ପାରିଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ ଦଳର ରାଷ୍ଟ୍ରିୟ ଅଧ୍ୟକ୍ଷ ଅଖିଳେଶ ଯାଦବ ରାଜ୍ୟ ସଭାପତି ଶିବ ହାତୀ ଯାଦବଙ୍କୁ ସାବାସୀ ଦେଇଥିବା ଜଣାପଡ଼ିଛି।

Omkar Vasthu
Omkar Vasthu

ସମାଜବାଦୀ ପାର୍ଟି ପକ୍ଷରୁ ଏକ ପ୍ରେସ ବିବୃତିରେ କୁହାଯାଇଛି; ଓଡିଶାରେ ସାଂସ୍କୃତିକ ରାଜନୈତିକ ପରିସ୍ଥିତି ଏବଂ ଡ଼ବଲ ଇଞ୍ଚିନ ସରକାରର ବିଫଳତା ରାଜ୍ୟବାସୀଙ୍କୁ ଅତିଷ୍ଠ କଲାଣି ଏହି ପରିପ୍ରେକ୍ଷିର ଓଡ଼ିଶାର ପଛୁଆ, ଦଳିତ, ଅଳ୍ପସଂଖ୍ୟକ ସଂପ୍ରଦାୟର ହକ ଏବଂ ସାମ୍ବିଧାନିକ ଅଧିକାର ପାଇଁ ସମାଜବାଦୀ ପାର୍ଟି ଓଡ଼ିଶା, ରାଜ୍ୟ କମିଟି ନିଜର ଆଭିମୁଖ୍ୟକୁ ସାଣିତ କରିଛି। ଗତ ୧୭ ତାରିଖରେ ପାର୍ଟିର ରାଷ୍ଟିୟ ଅଧ୍ୟକ୍ଷ ଅଳେଶ ଯାଦବଙ୍କ ଓଡ଼ିଶା ଗସ୍ତ ପରେ ଓଡ଼ିଶାର ପଛୁଆବର୍ଗ ଦଳିତ, ଆଦିବାସୀ, ଅଳ୍ପସଂଖ୍ୟକ ସଂପ୍ରଦାୟଙ୍କ ସାମାଜିକ ନ୍ୟାୟର ଦ୍ବାର ଉନ୍ମୁକ୍ତ କରିବା ସହ ରାଜ୍ୟରେ ଏକ ରାଜନୈତିକ ହଟଚମଟ ସୃଷ୍ଟି କରିଛି।

Pearl dental clinic
Near Ashish Medical Store, Bhawanipatna

ଦୀର୍ଘ ବର୍ଷ ଧରି ପାର୍ଟିର ଓଡିଶା ସଭାପତି ଦାଇତ୍ବରେ ଥ‌ିବା ପୂର୍ବତନ ସଭାପତିଙ୍କ ଦଳବିରୋଧୀ କାର୍ଯ୍ୟକ୍ରମ ଏବଂ ଚାନ୍ଦାଖୋର ମନୋବୃତି ଯୋଗୁ ପାର୍ଟିର ସଂଗଠନ ଦୁର୍ବଳ ହୋଇଥିଲା। ଏହାକୁ ରାଷ୍ଟ୍ରୀୟ ସଭାପତି ଅନୁଭବ କରିବା ପରେ ପୂର୍ବତନ ସଭାପତିଙ୍କୁ ଦଳରୁ ବହିଷ୍କାର କରିଛନ୍ତି। ତତ ସହିତ ଦଳୀୟ ଫାଣ୍ଠି ହଡପ ଅଭିଯୋଗରେ ପୂର୍ବତନ ସଭାପତିଙ୍କୁ ନୋଟିସ ହୋଇଥିବା ବେଳେ ଆଇନଗତ କାର୍ଯ୍ୟନୁଷ୍ଠାନ ପାଇଁ ପ୍ରକ୍ରିୟା ଚାଲିଛି। ନୂତନ ସଭାପତି ଶିବ ହାତୀ ଯାଦବଙ୍କ ନେତୃତ୍ବରେ ସମାଜବାଦୀ ପାର୍ଟି ଓଡିଶାରେ ନିଜର ସଂଗଠନକୁ ମଜଭୁତ କରିବ ବୋଲି ରାଷ୍ଟ୍ରୀୟ ସଭାପତି  ଅଖିଳେଶ ଯାଦବ ନିଜର ଓଡିଶା ଗସ୍ତ ସମୟରେ ସ୍ପଷ୍ଟ କରିଛନ୍ତି। ତେଣୁ ଦଳର ସଭାପତି ପରିବର୍ତ୍ତନ ନେଇ ଗଣମାଧ୍ୟମରେ ପ୍ରକାଶିତ ହେଉଥ‌ିବା ଖବର ସମ୍ପୂର୍ଣ ଭିତ୍ତିହୀନ ଏବଂ ମିଥ୍ୟା ଗୁଜବ ବୋଲି ସମାଜବାଦୀ ପାର୍ଟି ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି।

Udyog Nursery
Udyogi Nursery

ଓଡ଼ିଶାବାସୀ ଜାଣିଛନ୍ତି ଯେ, ଓଡ଼ିଶାରେ ଦୀର୍ଘଦିନ ଧରି କଂଗ୍ରେସ ଓ ବିଜେଡି ଶାସନରେ ଥିଲେ ମଧ୍ୟ ଓବିସିଙ୍କ ସ୍ବାର୍ଥ ପାଇଁ ତଥାକଥିତ ନେତାମାନେ କେବେ ମୁଁହ ଖୋଲୁନଥିଲେ। ଯେଉଁମାନେ କେନ୍ଦ୍ରମନ୍ତ୍ରୀ ଓ ରାଜ୍ୟର ମନ୍ତ୍ରୀ ପଦରେ ଥିବାବେଳେ ପଛୁଆ ବର୍ଗର ସ୍ବାର୍ଥକୁ ଅଣଦେଖା କରି ନିଜର ସ୍ବାର୍ଥ ସାଧନ କରୁଥିଲେ ସେମାନେ କ୍ଷମତାରୁ ଯିବାପରେ ଏବେ ନିଜକୁ ପଛୁଆ ବର୍ଗଙ୍କ ହିତାକାଂକ୍ଷୀ ଭାବରେ ପରିଚୟ ଦେବା ଦୁର୍ଭାଗ୍ୟ ପୁର୍ଣ୍ଣ। ଓଡିଶାରେ ଡବଲ ଇଂଜିନ ସରକାର ଆସିବା ପରେ ରାଜ୍ୟରେ ଆଞ୍ଚଳିକ ଦଳରେ ଆନ୍ତରୀଣ ବିଭେଦ ଏବଂ କଂଗ୍ରେରେ ଗୋଷ୍ଠୀ କନ୍ଦଳ ଯୋଗୁ ବାଗୀ ଓ ପ୍ରତ୍ୟାକ୍ଷିତ କିଛି ରାଜନେତା ନିଜର ସ୍ଥିତି ଜାହିର ପାଇଁ ଯେଉଁଭଳି ଭାବରେ ଗୋଡାଣିଆ ରାଜନୀତି କରି ଷଡଯନ୍ତ୍ର କରୁଛନ୍ତି ତାହା ସେମାନଙ୍କ ପାଇଁ ଘାତକ ହୋଇପାରେ। ସମାଜବାଦୀ ପାର୍ଟି ଡ଼ଃ ରାମ ମନୋହର ଲୋହିଆ, ଡ଼ଃ ବି.ଆର. ଆମ୍ବେଦକର ଏବଂ ମୁଲାୟମ ସିଂ ଯାଦବଙ୍କ ଆଦର୍ଶରେ ଗଠିତ ଏକ ଶୃଙ୍ଖଳିତ ଦଳ ଯାହା ପଛୁଆ ବର୍ଗଙ୍କ ସାମ୍ବିଧାନିକ ଅଧିକାର ପାଇଁ ସଂଘର୍ଷରୁ ସୃଷ୍ଟି। ଓଡିଶାରେ ସମ୍ରାତିକ ରାଜନୈତିକ ସ୍ଥିତିରେ କିଛି ନେତା ନିଜକୁ ପଛୁଆ ବର୍ଗର ହିତକାଂକ୍ଷୀ ଭାବେ ପରିଚୟ ଦେଇ ରାଜ୍ୟବାସୀଙ୍କୁ ଭୁଆଁ ବୁଲାଇବା ପାଇଁ କରୁଥିବା ପ୍ରୟାସ ନିରର୍ଥକ। ଏଥି ସହିତ ଯଦି ଅଲଗା ରାଜନୈତିକ ଦଳର ନେତା ସମାଜବାଦୀ ପାର୍ଟିର ସମର୍ଥକ ହେବାକୁ ଇଛା କରନ୍ତି ତାଙ୍କୁ ସମାଜବାଦୀ ପାର୍ଟି ସ୍ବାଗତ କରିବ। ଓଡିଶାରେ ଜାତିଭିଭିକ ଜନ ଗଣନା ଏବଂ ସାମାଜିକ ନ୍ୟାୟ ପାଇଁ ସମାଜବାଦୀ ପାର୍ଟି ତୃଣମୂଳ ସ୍ତରରୁ ତାର ସାଙ୍ଗଠନିକ ସ୍ଥିତିକୁ ସୁଦୃଢ କରିବ। ଏହାସହ ଆଗାମୀ ୨୦୨୭ ପଂଚାୟତ ନିର୍ବାଚନରେ ସମାଜବାଦୀ ପାର୍ଟି ଓଡିଶା ରାଜ୍ୟ ସଭାପତି ଶିବ ହାତୀ ଯାଦବଙ୍କ ନେତୃତ୍ବରେ ଓଡିଶାର ସମସ୍ତ ଜାଗାରେ ନିଜର ପ୍ରାର୍ଥୀ ଦେବ। ଓଡିଶାର ଡବଲ ଇଂଜିନ ସରକାର ୧୧ ମାସରେ ଓଡିଶାର ଖଣି, ପାଣି ଏବଂ ବିଭିନ୍ନ ରାଷ୍ଟ୍ରାୟତ ସଂସ୍ଥାକୁ ବିଭିନ୍ନ ଘରୋଇ ସଂସ୍ଥାକୁ ଟେକିଦେଇ ଓଡ଼ିଆ ଅସ୍ମିତାକୁ ଲୁଟ କରିଛି ଏହାକୁ ସମାଜବାଦୀ ପାର୍ଟି ଦୃଢ଼ ବିରୋଧ କରୁଛି। ସେଇଭଳି ଭାବେ ଓଡିଶାରେ ପଛୁଆ ବର୍ଗଙ୍କ ପାଇଁ ମଣ୍ଡଳ କମିଶନ ରିପୋର୍ଟ ଆଧାରରେ ନିର୍ଦ୍ଧାରିତ ସଂରକ୍ଷଣ ୨୭ ପ୍ରତିଶତ ଳକୁ ତ୍ରିସ୍ତରୀୟ ପଂଚାୟତ ରାଜ ନିର୍ବାଚନ, ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ଲାଗୁ କରିବାକୁ ସମାଜବାଦୀ ପାର୍ଟି ରାଜ୍ୟ କମିଟି ଦାବି କରିଛି।

ଓଡିଶାରେ ଦୀର୍ଘ ବର୍ଷଧରି ଉଚ୍ଚବର୍ଗଙ୍କ ଶାସନ ଚାଲିଛି। ଯେଉଁମାନେ କେବେବି ପଛୁଆ ବର୍ଗଙ୍କ ସ୍ବାର୍ଥ ପାଇଁ କୌଣସି ପଦକ୍ଷେପ ନେଇନାହାନ୍ତି। ସେମାନେ ଏବେ ନିଜର ରାଜନୈତିକ ସ୍ଥିତି ସୁଦୃଢ କରିବାକୁ ପଛୁଆ ବର୍ଗଙ୍କ ସ୍ବାର୍ଥ ପାଇଁ ଲଢେଇର ଡାକରା ଦେବା ଏକ ଚକ୍ରାନ୍ତ ଓ ହସ୍ୟସ୍ପଦ। ସମାଜବାଦୀ ପାର୍ଟି ଓଡିଶା ରାଜ୍ୟ କମିଟି ଓଡିଶାର ଶିବ ହାତୀ ଯାଦବଙ୍କ ନେତୃତ୍ବରେ ୫୪% ପ୍ରତିଶତ ଓବିସି ବା ପଛୁଆ ବର୍ଗଙ୍କ ସାମ୍ବିଧାନିକ ଅଧିକାର ଓ ସାମାଜିକ ନ୍ୟାୟ ପାଇଁ ତା’ର ସଂଗ୍ରାମ ଜାରି ରଖିବ। ତତ ସହିତ ଜାତି ଜନଗଣନା କରି ‘ଯାହାର ଯେତେ ସଂଖ୍ୟା ଭାରି, ତାହାର ସେତେ ଭାଗିଦାରୀ’ ନ୍ୟାୟକୁ ଆଇନଗତ ପ୍ରକ୍ରିୟାରେ ପରିଣତ କରିବାକୁ ରାଜ୍ୟବ୍ୟାପି ଆନ୍ଦୋଳନ କରାଯିବ। ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ସଭାପତି ଅଳେଶ ଯାଦବଙ୍କ ଓଡିଶା ଗସ୍ର ପରେ ଓଡିଶାରେ ମଧ୍ଯ ପି.ଡି.ଏ ସମୀକରଣ ରାଜନୀତିରେ ଏକ ନୂଆ ଦିଶା ନିର୍ଦ୍ଧାରିତ କରିବ ବୋଲି ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ଶିବ ହାତୀ ଦୃଢ଼ତାର ସହିତ ମତ ରଖିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.