ମାଂସ ନଦେବାରୁ ଗାଡ଼ି ପୋଡି ଦେଲେ ଦୁର୍ବୁତ୍ତ, ୨ ଗିରଫ

ଓଡ଼ିଆ ବାର୍ତ୍ତା/ ବେଲପଡା: ବିବାହ ଭୋଜିରେ ମାଂସ ନ ଦେଲେ ବୋଲି ଚାରିଚକିଆ ଗାଡ଼ିରେ ନିଆଁ ଲଗାଇ ପୋଡି ଦେଲେ ଦୁର୍ବୁତ୍ତ I ଏମିତି ଏକ ଅଭାବନୀୟ ଘଟଣା ବେଲପଡା ଥାନା ଖଲିପଥର ଗାଁରେ ଘଟିଛି I ପୁଲିସ ଗାଁର ଦୁଇଜଣକୁ ପଚରାଉଚରା କରୁଛି I ଅଭିଯୋଗ ମତେ ଗାଁ ର ଦୟାନିଧି ମେହେର ନିଜ ସମ୍ପର୍କୀୟ ବିବାହ ଉତ୍ସବରେ ମାଂସ ବାଣ୍ଟୁଥିଲେ I ଏହି ସମୟରେ ଗାଁ ଦୁଇ ଜଣ ଯୁବକ ଭୋଜି ଖାଇବାକୁ ଯାଇଥିଲେ I ସେମାନେ ବାରମ୍ବାର ମାଂସ ମାଗିବାରୁ ଦୟାନିଧି ମନା କରିଦେଇଥିଲେ । ଫଳରେ ଯୁବକ ମାନେ ରାଗି ଯାଇ ଦୟାନିଧିଙ୍କ ଘରେ ଥିବା କାର ରେ ନିଆଁ ଲଗାଇ ଦେଇଥିଲେ I ଫଳରେ ଗାଡ଼ି ସମ୍ପୂର୍ଣ ପୋଡି ନଷ୍ଟ ହୋଇ ଯାଇଥିଲା ଏ ନେଇ ଦୟାନିଧି ବେଲପଡା ଥାନାରେ ଲିଖିତ ଅଭିଯୋଗ ପରେ ଗାଁ ର ଦୁଇ ଯୁବକକୁ ଗିରଫ କରିଛି ପୁଲିସ I ଡାକ୍ତରୀ ମାଇନା ପରେ କୋର୍ଟ ଚାଲାଣ କରାଯିବା ନେଇ ପୁଲିସ ସୂଚନା ଦେଇଛି I ତେବେ ନିଶାଗ୍ରସ୍ତ ହୋଇ ଯୁବକମାନେ ଏଭଳି କାଣ୍ଡ ଘଟାଇଥିବା ଜଣାପଡିଛି I

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.