ତେଲ ନଦୀ ବ୍ରିଜ ଏନ୍ଏଚ-୫୭ ର ଖାଲକୁ ପୋତିଲେ ସ୍ବେଛାସେବୀ; ଶୁଣିଲାନି ପ୍ରଶାସନ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ): ଦୀର୍ଘ ବର୍ଷରୁ ଅବହେଳିତ ହୋଇ ପଡ଼ିଥିବା ସୁବର୍ଣ୍ଣପୁର ବୌଦ୍ଧ ଜିଲ୍ଲାକୁ ସଂଯୋଗ କରୁଥିବା ସର୍ବ ପୁରାତନ ତେଲ ବ୍ରିଜର ରକ୍ଷଣା ବେକ୍ଷଣର ଅଭାବ ଯୋଗୁଁ ବ୍ରିଜର ଉଭୟ ପଟରେ ଅନେକ ଗାତ ହୋଇ ପଡିଛି। ଯା ଦ୍ବାରା କି ପଶ୍ଚିମ ଓଡ଼ିଶାରୁ ପୂର୍ବ ଓଡ଼ିଶା କୁ ପ୍ରତ୍ୟହ ଯିବା ଆସିବା କରୁଥିବା ହଜାର ହଜାର ଯାନ ବାହନ ଓ ସଧାରଣ ଲୋକ ବହୁ ସମୟରେ ଦୁର୍ଘଟଣା ର ଶିକାର ହେଉଥିବା ଜଣାପଡ଼ିଛି। ବୌଦ୍ଧ ଏନ୍ ଏଚ ବିଭାଗ ଓ ଜିଲ୍ଲା ପ୍ରଶାସନକୁ ପବ୍ଲିକ ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ ମଧ୍ୟ ଜିଲ୍ଲା ପ୍ରଶାସନ ଏ ଦିଗରେ ଧ୍ୟାନ ଦେଉନି l ଲୋକ ଙ୍କ ଜୀଵନ ସୁରକ୍ଷା ପାଇଁ ଆଜି ସ୍ୱଚ୍ଛ ଭାରତ ସଂଗଠନ ସୋନପୁର ମନମୁଣ୍ଡା ର ସ୍ବେଛାସେବୀ ତେଲ ବ୍ରିଜ ଏନ୍ ଏଚ ୫୭ ରେ ଥିବା ବଡ ବଡ ଖାଲ କୁ ଇଟା ପଥର ପକାଇ ପୋତିଛନ୍ତି। ଏ କାର୍ଯ୍ୟରେ କିଛି ସମୟ ରାସ୍ତା ରେ ଗାଡ଼ି ମଟର ଅଟକି ଯାଇଥିଲା, ହେଲେ ଲୋକେ ବିରକ୍ତି ପ୍ରକାଶ ନ କରି ଓଲଟା ସ୍ବେଛାସେବୀ ଙ୍କୁ ପ୍ରଶଂସା କରି ଜିଲ୍ଲା ପ୍ରଶାସନ ପାଇଁ ଏହା ଲଜ୍ଜା ବୋଲି ସମାଲୋଚନା କରିଥିଲେ। ଏ ମହତ୍ କାର୍ଯ୍ଯରେ ରାସ୍ତା ରେ ଯିବା ଆସିବା କରୁଥିବା ଗୋଟାଏ ଜେସିପି ଗାଡି ଓ କିଛି ସାଧାରଣ ଲୋକ ବି ସହଯୋଗ ର ହାତ ବଢ଼ାଇଛନ୍ତି। ସ୍ୱଚ୍ଛ ଭାରତ ସଂଗଠନର ସଭାପତି ସାୟଦ ଅଲିମୁଲ୍ ଇସଲାମ, ଉପ ସଭାନେତ୍ରୀ ଇନ୍ଦୁମତି ପୁରୋହିତ ଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ଓ ମନୋରଞ୍ଜନ ତ୍ରୀପାଠୀଙ୍କ ସଂଯୋଜନାରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମ ରେ ସ୍ବେଛାସେବୀ ପ୍ରମୋଦ କୁମାର ସାହୁ, ରବୀନ୍ଦ୍ର ଜେନା, ପ୍ରହଲ୍ଲାଦ ମିଶ୍ର, କଳା କାହୁଁ ଦାଶ, ରାମ ଚନ୍ଦ୍ର ଅଗ୍ରୱାଲା, ପ୍ରମୋଦ ମହାଣା, ନାରାୟଣ ରଥ, ନିଲୁ ଖଣ୍ଡଗିରି, ରତନ ନାଗ ପ୍ରମୁଖ ସଙ୍ଗଠନ ର ସମସ୍ତ ସଦସ୍ୟ ସକ୍ରିୟ ସହଯୋଗ କରିଥିଲେ l ପ୍ରକାଶ ଥାଉ କି ଯେ ବିଗତ ୨୦୧୪ ମସିହା ରୁ ଏ ସଂଗଠନ ର କର୍ମକର୍ତା ଏଇ ତେଲ ବ୍ରିଜ ର ବାଲି ସଫେଇ, ପୋଲ ର ଖାଲ ପୋତିବା ସେବା କାମ କରି ଆସୁଛନ୍ତି l ଯାହାକି ଉଭୟ ଜିଲ୍ଲା ର ଲୋକେ ଓ ହଜାର ଯାତ୍ରୀ ଏ ସ୍ବେଛାସେବୀ ଙ୍କୁ ପ୍ରଶଂସା କରିଛନ୍ତି l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.