ଝରବାହାଲିରେ ଗିରି ଗୋବର୍ଦ୍ଧନ ପୂଜା ଉପଲକ୍ଷେ କଳସ ଯାତ୍ରା

ଓଡ଼ିଆ ବାର୍ତ୍ତା/ ସଇଁତଲା (ରମାକାନ୍ତ ରାଜପଲିଆ): ସଇଁତଲା ବ୍ଲକ ଝିଙ୍କିଡୁଙ୍ଗୁରି ପଞ୍ଚାୟତ ଅନ୍ତର୍ଗତ ଝରବାହାଲି ଗାଁରେ ଯାଦବ ସମାଜ ଆନୁକୂଲ୍ୟରେ ଅନୁଷ୍ଠିତ ହେବାକୁ ଥିବା ଗ୍ରାମ ପଞ୍ଚାୟତ ସ୍ତରୀୟ ଗିରି ଗୋବର୍ଦ୍ଧନ ପୂଜା ଉପଲକ୍ଷେ ମହିଳାଙ୍କ କଳସ ଯାତ୍ରା ରବିବାର ଅପରାହ୍ନରେ ପାରମ୍ପରିକ ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହୋଇଯାଇଛି। ମହିଳାଙ୍କ ଦ୍ୱାରା ନିକଟସ୍ଥ ଜଳାଶୟରୁ କଳସରେ ଜଳ ସଂଗ୍ରହ ପରେ ଜଳପୂର୍ଣ୍ଣ କଳସକୁ ଗିରି ଗୋବର୍ଦ୍ଧନ ପ୍ରହରୀ ମଣ୍ଡପ ଠାରେ ସ୍ଥାପନ କରାଯାଇଥିଲା| ଏଥିରେ କୁଞ୍ଜବିହାରୀ ବଗର୍ତ୍ତୀ, ସୁଷମା ବଗର୍ତ୍ତୀ କର୍ତ୍ତା ତଥା ବିଶ୍ବରଂଜନ ଆଚାର୍ଯ୍ୟ, ମୋହନ ଦାସ ପୂଜକ ଦାୟିତ୍ୱ ତୁଲାଉଛନ୍ତି। ପଞ୍ଚାୟତ ଯାଦବ ସମାଜ ସଭାପତି ହରିଶ୍ଚନ୍ଦ୍ର ବଗର୍ତ୍ତୀ, ସମ୍ପାଦକ ବଂଶୀଧର ସୁନାନୀ, ଯୁବରାଜ ବଗର୍ତ୍ତୀ, ଚନ୍ଦ୍ରଭାନୁ ବଗର୍ତ୍ତୀ, ଭୂପେନ୍ଦ୍ର ବାଗ, କବିରାଜ ବଗର୍ତ୍ତୀ, କୁଶଧ୍ଵଜ ବଗର୍ତ୍ତୀଙ୍କ ସମେତ ସମସ୍ତ କର୍ମକର୍ତ୍ତା ଓ ଗ୍ରାମବାସୀ ଉପସ୍ଥିତ ରହିଥିଲେ। ଗିରି ଗୋବର୍ଦ୍ଧନ ପୂଜା ଉପଲକ୍ଷେ ୯ରୁ ୧୧ ତାରିଖ ଯାଏ ଅଷ୍ଟ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହେଵ ବୋଲି କର୍ମକର୍ତ୍ତାଙ୍କ ସୂତ୍ରରୁ ପ୍ରକାଶ|

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.