ଗୋବର୍ଦ୍ଧନ ପୂଜା ମାଧ୍ୟମରେ କୃଷ୍ଣଙ୍କ ପ୍ରକୃତି ଉପାସନାର ଅନନ୍ୟ ବାର୍ତ୍ତା 

ଓଡ଼ିଆ ବାର୍ତ୍ତା/ ବ୍ୟୁରୋ: ଦ୍ବାପର ଯୁଗରେ ବ୍ରଜବାସୀ ଇନ୍ଦ୍ର ଦେବଙ୍କୁ ପୂଜା କରୁଥିଲେ। କିନ୍ତୁ ଭଗବାନ କୃଷ୍ଣ ସେମାନଙ୍କୁ ଇନ୍ଦ୍ର ପୂଜା ବଦଳରେ ଗୋବର୍ଦ୍ଧନ ପର୍ବତର ପୂଜା କରିବାକୁ ପ୍ରବର୍ତ୍ତାଇଲେ। ଶ୍ରୀକୃଷ୍ଣଙ୍କ କଥା ଅନୁସାରେ ବ୍ରଜବାସୀ ଗୋବର୍ଦ୍ଧନ ପର୍ବତକୁ ପୂଜା କରିବା ଆରମ୍ଭ କରିଥିଲେ। କିନ୍ତୁ ଏହା ପରେ ଇନ୍ଦ୍ରଦେବ କ୍ରୋଧିତ ହୋଇ ବ୍ରଜରେ ପ୍ରବଳ ବର୍ଷା କରିଥିଲେ। ଲୋକମାନଙ୍କୁ ଏଥିରୁ ରକ୍ଷା କରିବା ପାଇଁ ଭଗବାନ ଶ୍ରୀକୃଷ୍ଣ ଗୋବର୍ଦ୍ଧନ ପର୍ବତକୁ ନିଜ ଛୋଟ ଆଙ୍ଗୁଠିରେ ଦୀର୍ଘ ୭ ଦିନ ପାଇଁ ଉଠାଇ ରଖିଥିଲେ ଏବଂ ବ୍ରଜର ଲୋକ ଏବଂ ପଶୁମାନେ ମଧ୍ୟ ଏହା ତଳେ ଆସି ଇନ୍ଦ୍ରଙ୍କ କ୍ରୋଧ ବର୍ଷାରୁ ରକ୍ଷା ପାଇଥିଲେ। ଏହା ପରେ ଇନ୍ଦ୍ର ଦେବ ଭଗବାନ ଶ୍ରୀକୃଷ୍ଣଙ୍କଠାରୁ କ୍ଷମା ମାଗିଥିଲେ। ଏହି  ଘଟଣା ପରେ, ଲୋକମାନେ ଦୀପାବଳି ପରଦିନ ଗୋବର୍ଦ୍ଧନ ପୂଜା ସହ ଗୋମାତାଙ୍କ ପୂଜା କଲେ। ଭଗବାନ ଶ୍ରୀକୃଷ୍ଣଙ୍କ ଏହି ଲୀଳା ପଛରେ ଏକ ବାର୍ତ୍ତା ମଧ୍ୟ ଲୁଚି ରହିଛି। ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଯେ ଆମେ ପ୍ରକୃତିରୁ ବହୁତ କିଛି ପାଇଥାଉ ସେଥିପାଇଁ ଏହା ପ୍ରତି ଆମେ କୃତଜ୍ଞ ହେବା ଉଚିତ। ଗୋବର୍ଦ୍ଧନ ପୂଜା ପଛରେ ଭଗବାନ ଶ୍ରୀକୃଷ୍ଣ ସଂସାରକୁ ଏହି ଶିକ୍ଷା ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.