ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ବନ୍ୟା କ୍ଷତିଗ୍ରସ୍ତ କୁମାରୀ ଗ୍ରାମବାସୀଙ୍କୁ ଭେଟି ଅଭାବ ଅସୁବିଧା ବୁଝିବା ସହ ଋଷିକୁଲ୍ୟା ନଦୀର ଭାଙ୍ଗିଯାଇଥିବା କୂଳ ହୁଡ଼ାକୁ ବୁଲି ଦେଖି ତୁରନ୍ତ ତାହାର ପୁନରୁଦ୍ଧାର କରି ବାକୁ ପ୍ରତିଶୃତି ଦେଇଛନ୍ତି ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ। ବିଧାୟକଙ୍କ ସହ ତାଙ୍କ ପ୍ରତିନିଧି ସୁଦର୍ଶନ ବେହେରା, ପୂର୍ବତନ ବିଜେପି ମଣ୍ଡଳ ସଭାପତି ମନୋଜ କୁମାର ମହାପାତ୍ର, ପୂର୍ବତନ ମଣ୍ଡଳ ସଭାପତି କୃଷ୍ଣ ଚନ୍ଦ୍ର ନାୟକ, ଯୋଗୀ ଗୌଡ଼, ଟୁଟୁ ସାହୁ, ସରୋଜ ପଣ୍ଡାଙ୍କ ସହ ଅନ୍ୟ ନେତା କର୍ମୀମାନେ ଉପସ୍ଥିତ ଥିଲେ।





