ପ୍ରଗତି ଶିକ୍ଷାନୁଷ୍ଠାନର ୧୬ତମ ବାର୍ଷିକ କ୍ରୀଡ଼ା ଉତ୍ସବ ଉଦ୍‌ଯାପିତ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ପ୍ରଗତି ଶିକ୍ଷାନୁଷ୍ଠାନରେ ଦୁଇଦିନ ଧରି ଚାଲିଥିବା ୧୬ତମ ବାର୍ଷିକ କ୍ରୀଡ଼ା ଉତ୍ସବ ସଫଳତାର ସହ ସମାପନ ହୋଇଯାଇଛି। ଅନୁଷ୍ଠାନର ପ୍ରାୟ ୧୭୦୦ ଛାତ୍ରଛାତ୍ରୀ ୧୩୦ ଟି ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାରେ ଭାଗ ନେଇଥିଲେ। ଉଦ୍‌ଘାଟନୀ ଉତ୍ସବରେ କଳାହାଣ୍ଡିର ଏସ୍‌ଡିପିଓ ନରେଶ ପ୍ରଧାନ ମୁଖ୍ୟ ଅତିଥି ଏବଂ ଗିନିଜ ବୁକ ରେକଡ଼ ଧାରି ପଞ୍ଚମେନ ଡ. ସତ୍ୟପ୍ରିୟ ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ପ୍ରଗତି ଶିକ୍ଷାନୁଷ୍ଠାନର ସମ୍ପାଦକ ଇଂ. ଅଜୟ ପଣ୍ଡା ସ୍ୱାଗତ ଅଭିଭାଷଣ ପ୍ରଦାନ କରି ଅତିଥିମାନଙ୍କୁ ସ୍ୱାଗତ ଜଣାଇଥିଲେ। ଏହି ଅବସରରେ ଅନୁଷ୍ଠାନର ପ୍ରଶାସନିକ ଅଧିକାରୀ, ସମସ୍ତ ବିଭାଗର ମୁଖ୍ୟ, ଅଧ୍ୟାପକ ଅଧ୍ୟାପିକା , କର୍ମଚାରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।ଏହି କ୍ରୀଡ଼ା ଉତ୍ସବରେ ଛାତ୍ରଛାତ୍ରୀମାନେ ବିଭିନ୍ନ ଖେଳରେ ନିଜର କ୍ରୀଡ଼ା ନୈପୁଣ୍ୟ, ଶୃଙ୍ଖଳା, ଦଳଗତ ମନୋଭାବ ଓ ପ୍ରତିଭାର ପରିଚୟ ଦେଇଥିଲେ। ବିଭିନ୍ନ ପ୍ରତିଯୋଗିତାରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ୪୫୦ ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। କ୍ରୀଡ଼ା ମାଧ୍ୟମରେ ଶାରୀରିକ ସୁସ୍ଥତା, ଶୃଙ୍ଖଳା, ନେତୃତ୍ୱ, ସହଯୋଗ ଓ ଆତ୍ମବିଶ୍ୱାସର ବିକାଶ ହୋଇଥାଏ ବୋଲି ଉଦଯାପନୀ ଉତ୍ସବ ମାଧ୍ୟମରେ ବାର୍ତ୍ତା ପ୍ରଦାନ କରାଯାଇଥିଲା। ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ ସହ କ୍ରୀଡ଼ା ପ୍ରତିଭାର ବିକାଶ ପାଇଁ ପ୍ରଗତି ଶିକ୍ଷାନୁଷ୍ଠାନର ଏହି ପ୍ରୟାସ ସମସ୍ତଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.