ନୂତନ ଥାନାଧିକାରୀଙ୍କୁ ଜୟ ଜଗନ୍ନାଥ ସାମ୍ବାଦିକ ସଂଘର ସୌଜନ୍ୟମୂଳକ ସାକ୍ଷତ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରିଖିରାମ ଦଳ): ନୂଆପଡ଼ା ଜିଲ୍ଲା ସିନାପାଲି ଥାନାରେ ନୂତନ ଭାବେ ଯୋଗଦାନ କରିଥିବା ଥାନାଧିକାରୀ  ଧର୍ମେନ୍ଦ୍ର ଭୋଇଙ୍କୁ ଜୟ ଜଗନ୍ନାଥ ସାମ୍ବାଦିକ ସଂଘ ସିନାପାଲି ପକ୍ଷରୁ ସୌଜନ୍ୟମୂଳକ ସାକ୍ଷାତ କରାଯାଇ ସ୍ଵାଗତ ସମ୍ବଦ୍ଧନା ଜଣାଯାଇଛି। ଏହି ଅବସରରେ ସିନାପାଲି ଦୋକାନ ବଜାର ନିୟନ୍ତ୍ରଣ ସହରରେ ଦେଖାଦେଉଥ‌ିବା ଟ୍ରାଫିକ୍ ସମସ୍ୟା, ରାସ୍ତା ଉପରେ ବେଆଇନ ପାକିଂ, ଦୋକନ ପରିସରରେ ଭିଡ଼ ନିୟନ୍ତ୍ରଣ, ଚୋରି ଓ ଅସାମାଜିକ କାର୍ଯ୍ୟକଳାପ ରୋକିବା, ନିଶା କାରବାର ସମେତ ଅଞ୍ଚଳର ବିଭିନ୍ନ ଜନସମସ୍ୟା ଉପରେ ଆଲୋଚନା ହୋଇଥିଲା। ଅଞ୍ଚଳର ଆଇନଶୃଙ୍ଖଳା ବଜାୟ ରଖିବା ସହ ଜନସାଧାରଣ ଓ ସାମ୍ବାଦିକମାନଙ୍କ ମିଳିତ ସହ‌ଯୋଗରେ ଏକ ସୁନ୍ଦର ଓ ଶାନ୍ତିପୂର୍ଣ୍ଣ ପରିବେଶ ଗଠନ ପାଇଁ ଉଦ୍ୟମ କରାଯିବ ବୋଲି ଥାନାଧୂକାରୀ ଶ୍ରୀ ଭୋଇ ମତବ୍ୟକ୍ତ କରିଥିଲେ।ଏହି ସୌଜନ୍ୟମୂଳକ ସାକ୍ଷାତ ସମୟରେ ସାମ୍ବାଦିକ ଜଗନ୍ନାଥ ସାଗର, ପରମେଶ୍ୱର ମେହେର, ସୁଶାନ୍ତ କୁମାର ନାଏକ, ଝଙ୍କେଶ୍ଵର ବନ୍ଦିଛୋର, ଚିନ୍ତାମଣି ନେତାମ୍, ମୁଜାଫର ଖାନ୍, ଧର୍ମେନ୍ଦ୍ର ଗହିର, ଯୌବନ ଗହିର ଓ ବନବିହାରୀ ମେହେର ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.