ଓଡ଼ିଆ ବାର୍ତ୍ତା/ କୋରାପୁଟ ସୁନ୍ଦର କୁମାର ପାଣି: ଜାତୀୟସ୍ତରୀୟ ଆଦିବାସୀ ଲୋକମହୋତ୍ସବ ‘ପରବ-୨୦୨୬’ ଆସନ୍ତା ନଭେମ୍ବର ୧୫ ତାରିଖରେ କୁନ୍ଦୁରା ବ୍ଲକର ବାଗଦେରି ଗ୍ରାମ ପଞ୍ଚାୟତରୁ ଆରମ୍ଭ ହେବ। ଏହାକୁ ସଫଳ ଓ ସୁବ୍ୟବସ୍ଥିତ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି। ଏହି ପରିପ୍ରେକ୍ଷୀରେ କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଆଜି କୁନ୍ଦୁରା ବ୍ଲକ ଗସ୍ତ କରି ବାଗଦେରିଠାରେ ମହୋତ୍ସବର ବିଭିନ୍ନ ପ୍ରସ୍ତୁତିମୂଳକ କାର୍ଯ୍ୟର ସ୍ଥିତି ଅନୁଧ୍ୟାନ କରିଥିଲେ। ଏହି ଅବସରରେ କୋଟପାଡ଼ ବିଧାୟକ, ଆରକ୍ଷୀ ଅଧୀକ୍ଷକ, ଜିଲ୍ଲା ଉନ୍ନୟନ ଅଧିକାରୀଙ୍କ ସମେତ ଜିଲ୍ଲା ଓ ବ୍ଲକସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ପରବ ମାଧ୍ୟମରେ କୋରାପୁଟ ଜିଲ୍ଲାର ଆଦିବାସୀ କଳା, ସଂସ୍କୃତି, ପରମ୍ପରା ଓ ଲୋକଜୀବନକୁ ଜାତୀୟସ୍ତରରେ ପ୍ରଦର୍ଶନ କରିବା ଲକ୍ଷ୍ୟ ରହିଛି।







