କଳାହାଣ୍ଡି ଲେଖିକା ସଂଘ ପକ୍ଷରୁ ପହେଲଗାଓଁ ଆକ୍ରମଣରେ ଦିବଂଗତ ଆତ୍ମାଙ୍କୁ ଶ୍ରଦ୍ଧାଞ୍ଜଳି ଓ କବିତା ପାଠ 

ଓଡିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ସ୍ଥିତ ବ୍ରଜ ବିହାର ଶିଶୁବିଦ୍ୟା ମନ୍ଦିର ପରିସରରେ କଳାହାଣ୍ଡି ଲେଖିକା ସଂଘର ଶ୍ରଦ୍ଧାଞ୍ଜଳି ଏବଂ ଦେଶାତ୍ମବୋଧକ କବିତା ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଜି ଭାରତ କାହିଁକି ସମଗ୍ର ବିଶ୍ବ ସ୍ତବ୍ଧ ଏବଂ ଚକିତ ପହେଲଗାଓଁ ଆକ୍ରମଣରେ। ଭାରତର ଭୂସ୍ୱର୍ଗ ଭାବରେ ପରିଚିତ କାଶ୍ମୀରକୁ ପର୍ଯ୍ୟଟକମାନେ ବହୁ ଉତ୍ସାହ ଆଗ୍ରହ ପ୍ରକାଶ କରି ବୁଲିବାକୁ ଯାଇଥାନ୍ତି। କିନ୍ତୁ ନିରୀହ ଜନତା ଆତଙ୍କବାଦୀଙ୍କ ଦ୍ଵାରା ନିର୍ମମ ଭାବରେ ନିଜ ନିଜ ପରିବାର ଛାଡି ଚିରଦିନ ପାଇଁ କାଶ୍ମୀରର ସବୁଜ ପଣତକୁ ଲାଲରଙ୍ଗରେ ରଂଗୀନ କରି ଚାଲିଯିବେ କିଏ ବା ଜାଣିଥିଲା ବୋଲି ଆଜି ଅନୁଷ୍ଟିତ କାର୍ଯ୍ୟକ୍ରମରେ ଅତିଥିଗଣ ମନ୍ତବ୍ୟ ଦେଇଥିଲେ। କଳାହାଣ୍ଡି ଲେଖିକା ସଂଘର ଏହି କାର୍ଯ୍ୟକ୍ରମରେ ମୂଖ୍ଯ ଅତିଥି କବି ସଂଘମିତ୍ରା କାନୁନଗୋ, ସଂପାଦିକା କଳ୍ପନା ରଥ ଏବଂ ସଭାପତି ସୁଦେଷ୍ଣା ପଣ୍ଡା ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଦିବଂଗତ ଆତ୍ମାଙ୍କ ସଦଗତି କାମନା ପୂର୍ବକ ସାମୁହିକ ଦୀପ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ସଭାପତି ସୁଦେଷ୍ଣା ପଣ୍ଡା। କାର୍ଯ୍ୟକ୍ରମ ପ୍ରାରମ୍ଭରେ ସରସ୍ୱତୀ ବନ୍ଦନା ଗାନ କରିଥିଲେ କଣ୍ଠଶିଳ୍ପୀ ଦୀପ୍ତି ମୁଣ୍ଡ ଏବଂ ପ୍ରାରମ୍ଭିକ ଦେଶାତ୍ମବୋଧକ ସଂଗୀତ ଗାନ କରିଥିଲେ କବୟତ୍ରୀ ନିବେଦିତା ମହାନ୍ତି। ଆଜି ଏହି ଅବସରରେ କବୟତ୍ରୀ ବନଶ୍ରୀ ଦାସଙ୍କ ସଂଯୋଜନାରେ ଶ୍ରଦ୍ଧାଞ୍ଜଳି ଏବଂ ଦେଶାତ୍ମବୋଧକ କବିତା ପାଠ ଅନୁଷ୍ଠିତ ହୋଇଥିଲା। ଏଥିରେ କବୟତ୍ରୀ ସବିତା ଶତପଥୀ, କଳ୍ପନା ରଥ, ସ୍ନେହଲତା ଷଡଙ୍ଗୀ, ତପସ୍ବିନୀ ପଣ୍ଡା, ସ୍ବର୍ଣ୍ଣକାନ୍ତି ବୈକାର, ସୁମତି ମୁଣ୍ଡ, ସୁଦେଷ୍ଣା ପଣ୍ଡା, ନିବେଦିତା ମହାନ୍ତି, ନାହେଦା ଶାହୀନ, ସନ୍ଧ୍ଯାରାଣୀ ବେହେରା, ଦୀପ୍ତି ମୁଣ୍ଡ, ମିନତି ପ୍ରଧାନ, ରଶ୍ମିରାଣୀ ରଥ, ସଂଘମିତ୍ରା କାନୁନଗୋ, ଆନନ୍ଦିନୀ ପାତ୍ର, ବନଶ୍ରୀ ଦାସ ପ୍ରମୂଖ ୨୦ରୁ ଉର୍ଦ୍ଧ୍ବ କବି ଶ୍ରଦ୍ଧାଞ୍ଜଳି କବିତା ପାଠ କରିଥିଲେ। ବ୍ରହ୍ମ ନାଦ କରିଥିଲେ କୋଷାଧ୍ୟକ୍ଷା ସବିତା ଶତପଥୀ। କାର୍ଯ୍ୟକ୍ରମରେ ଶାନ୍ତି ପାଠ ଏବଂ ବନ୍ଦେମତରଂ ଗାନ କରିଥିଲେ କବୟତ୍ରୀ ସ୍ନେହଲତା ଷଡଙ୍ଗୀ। ଶେଷରେ ସହ ସମ୍ପାଦିକା ମିନତି ପ୍ରଧାନ ଧନ୍ଯବାଦ ଅର୍ପଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.