ପହଲଗାମ ଆକ୍ରମଣ ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇ ହିନ୍ଦୁ ଏକତା ମଞ୍ଚର ଜ୍ଞାପନ ପ୍ରଦାନ

ଓଡ଼ିଆ ବାର୍ତ୍ତା/ ସଇଁନ୍ତଳା (ଗୋକୁଳାନନ୍ଦ ବଗର୍ତ୍ତୀ): ଜାମ୍ମୁ କାଶ୍ମୀରର ପହଲଗାମ ଠାରେ ଆତଙ୍କବାଦୀଙ୍କ ଦ୍ୱାରା ହିନ୍ଦୁ ପର୍ଯ୍ୟଟକଙ୍କୁ ନୃଶଂସ ଭାବରେ ହତ୍ୟା ଘଟଣାର ପ୍ରତିବାଦ କରି ଦୋଷୀଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କରିଛି ହିନ୍ଦୁ ଏକତା ମଞ୍ଚ, ସଇଁନ୍ତଳା ବ୍ଲକ ଶାଖା | ଏହି ମର୍ମରେ ସୋମବାର ମଞ୍ଚ ପକ୍ଷରୁ ମାନ୍ୟବର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଲିଖିତ ଏକ ଦାବିପତ୍ର ବିଡ଼ିଓଙ୍କ ଅନୁପସ୍ଥିତିରେ ମୁଖ୍ୟ ବିଭାଗୀୟ ଅଧିକାରୀ ପରଶୁ ନାଏକଙ୍କୁ ପ୍ରଦାନ କରାଯାଇଥିଲା | ପର୍ଯ୍ୟଟକଙ୍କ ଧର୍ମ ପଚାରି ହିନ୍ଦୁଙ୍କୁ ହତ୍ୟା ଘୋର ଦୁଃଖଦାୟକ | ଦେଶରେ ଅସ୍ଥିରତା ଓ ବିଦ୍ବେଷ ମନୋଭାବ ନିର୍ମାଣ ଏହି ଆକ୍ରମଣ ଘଟଣାର ଲକ୍ଷ୍ୟ | ଘଟଣା ପଛରେ ରହିଥିବା ଚକ୍ରାନ୍ତକାରୀ ସଂଗଠନ, ସହଯୋଗ ଓ ପ୍ରୋତ୍ସାହନ ଯୋଗାଇଥିବା ବ୍ୟକ୍ତିଙ୍କ ଉପରେ କଠୋର ପଦକ୍ଷେପ ଗ୍ରହଣ କରାଯାଉ ବୋଲି ମଞ୍ଚ କର୍ମକର୍ତ୍ତା ପ୍ରକାଶ କରିଥିଲେ | ବିଶ୍ୱ ହିନ୍ଦୁ ପରିଷଦ ବିଭାଗ ସଭାପତି ନାରାୟଣ ପଣ୍ଡା, ବିକ୍ରମ ସିଂ ବୁଡ଼େକ, ଲକ୍ଷ୍ମଣ ବଗର୍ତ୍ତୀ, ସୁଧୀର ପଣ୍ଡା, ପ୍ରକାଶ ବଗର୍ତ୍ତୀ, ଭୂପେନ୍ଦ୍ର ବାଗ, ପ୍ରମୋଦ ଭୋଇ ପ୍ରମୁଖ ଏହାର ନେତୃତ୍ୱ ନେଇଥିଲେ |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.