ଜାତୀୟ ସ୍ତରରେ ଓଡ଼ିଶୀ ନୃତ୍ୟ ମାଧ୍ୟମରେ ଗଣେଶ ବନ୍ଦନା ଓ ଶ୍ରିଖଣ୍ଡି ନୃତ୍ୟ କରି ଚର୍ଚ୍ଚାରେ ଓଡ଼ିଶୀ ନୃତ୍ୟ ଗୁରୁ ପୁଷ୍ପିତା ମିଶ୍ର

ଓଡିଆ ବାର୍ତ୍ତା/ ଭୁବନେଶ୍ଵର: ଓଡ଼ିଶୀ ଭାରତରେ ପ୍ରଚଳିତ ଓ ଓଡ଼ିଶାରୁ ଆରମ୍ଭ ହୋଇଥିବା ଏକ ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତ ପରମ୍ପରା । ଏଥିରେ ଅନ୍ତର୍ଭୁକ୍ତ ଓଡ଼ିଶୀ ନୃତ୍ୟକୁ ଭାରତ ସରକାର ଶାସ୍ତ୍ରୀୟ ନୃତ୍ୟ ଓ ଓଡ଼ିଶୀ ସଙ୍ଗୀତକୁ ଓଡ଼ିଶା ସରକାର ଶାସ୍ତ୍ରୀୟ ସଙ୍ଗୀତ ତାଲିକାଭୁକ୍ତ କରିଛନ୍ତି । ଓଡ଼ିଶୀ ନୃତ୍ୟକୁ ନେଇ ଜାତୀୟ ସ୍ତର ରେ ପୁଣି ଥରେ ଚର୍ଚ୍ଚିତ ହୋଇଛନ୍ତି ଓଡ଼ିଶୀ ନୃତ୍ୟ ଗୁରୁ ଶ୍ରୀମତୀ ପୁଷ୍ପିତା ମିଶ୍ର। ଅଲ ଇଣ୍ଡିଆ ଡ୍ୟାନ୍ସର ଆସୋସିଏସନ୍ ଓ ଅଭିଭଭ ଆର୍ଟ ଏକାଡେମୀ, ମୁମ୍ବାଇର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ଅନ୍ତରଙ୍ଗା ଉତ୍ସବ ରେ ଓଡ଼ିଶୀ ନୃତ୍ୟ ମାଧ୍ୟମରେ ଗଣେଶ ବନ୍ଦନା ଓ ଶ୍ରିଖଣ୍ଡି ନୃତ୍ୟ କରି ବେଶ୍ ପ୍ରସଂସା ର ପତ୍ର ପାଲଟିଛନ୍ତି ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟ ଗୁରୁ ଶ୍ରୀମତୀ ପୁଷ୍ପିତା ମିଶ୍ର।

ମୁମ୍ବାଇରେ ଆୟୋଜିତ ଏହି କାର୍ଯୟକ୍ରମରେ ଗୁରୁ ଶ୍ରୀମତୀ ପୁଷ୍ପିତା ମିଶ୍ର ପ୍ରଥମେ ଗଣେଶ ବନ୍ଦନାକୁ ଓଡ଼ିଶୀ ନୃତ୍ୟ ମାଧ୍ୟମରେ ପରିବେଷଣ କରିଥିଲେ ଏବଂ ପରେ ପରେ ଦ୍ୱିତୀୟ ପର୍ଯ୍ୟାୟ ରେ ଶ୍ରିଖଣ୍ଡି କୁ ଓଡ଼ିଶୀ ନୃତ୍ୟ ମାଧ୍ୟମରେ ପରିବେଷଣ କରିଥିଲେ। ଯାହାକି ସେଠାରେ ଉପସ୍ଥିତ ଥିବା ଦର୍ଶକଙ୍କୁ ବେଶ୍ ଆକର୍ଷିତ କରିଥିଲା। ନୃତ୍ୟର ଶେଷ ପର୍ଯ୍ୟାୟରେ ଦର୍ଶକ ମାନଙ୍କ କରତାଳିରେ କାର୍ଯ୍ୟକ୍ରମଟି ପ୍ରକମ୍ପିତ ହୋଇଥିଲା।

କାର୍ଯ୍ୟକ୍ରମର ପରିଶେଶରେ ପ୍ରତିଷ୍ଠିତ କଳାକାର ଭାରତନାଟ୍ୟମ ଓ କୁଚିପୁଡି ନୃତ୍ୟଶିଳ୍ପୀ ଡ଼ଃ ରଥେଶ ବାବୁ ଙ୍କ ଦ୍ଵାରା ନୃତ୍ୟ ଗୁରୁ ଶ୍ରୀମତୀ ପୁଷ୍ପିତା ମିଶ୍ରଙ୍କୁ ସମ୍ମାନୀତ କରାଯାଇଥିଲା।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୧୯୭୧ ମସିହାରେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରର ଐତିହାସିକ ମନ୍ଦିର ନଗରୀରେ ଜନ୍ମଗ୍ରହଣ କରିଥିବା ଗୁରୁ ପୁଷ୍ପିତା ମିଶ୍ର ସମାଜଶାସ୍ତ୍ରରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ସହ ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟ ଅଧୀନରେ ପ୍ରାଚୀନ କଳା କେନ୍ଦ୍ର ଦ୍ୱାରା ପରିଚାଳିତ ଓଡ଼ିଶୀ ନୃତ୍ୟରେ ସଙ୍ଗୀତ ବିଶାରଦ ହାସଲ କରିଛନ୍ତି । ସେ ନୃତ୍ୟ ଗୁରୁ ପଙ୍କଜ ଚରଣ ଦାସଙ୍କ ଶିଷ୍ୟା । ଗୁରୁ ଶ୍ରୀମତୀ ପୁଷ୍ପିତା ମିଶ୍ରଙ୍କ ଦ୍ଵାରା ଭୁବନେଶ୍ଵର ଠାରେ ଓଡିଶୀ ନୃତ୍ୟ ଅନୁଷ୍ଠାନ କଳିଙ୍ଗାୟନ ତର୍ଯ୍ୟତକମ ପ୍ରତିଷ୍ଠା କରାଯାଇଛି ।

ସେ ICCR ଏବଂ IRCENର ଜଣେ ତାଲିକାଭୁକ୍ତ କଳାକାର, ସର୍ବୋଦୟ ଇଣ୍ଟରନ୍ୟାସନାଲ ଟ୍ରଷ୍ଟ, ଓଡ଼ିଶା ଚାପ୍ଟରର ଟ୍ରଷ୍ଟି ଏବଂ ଆଧିକାରିକ ସ୍ୱାକ୍ଷରକାରୀ, ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟର ସିନିୟର ଫେଲୋସିପ୍ଧାରୀ ଏବଂ ଭୁବନେଶ୍ୱର ସଂଗୀତ ସର୍କଲର ସଦସ୍ୟ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.