ଜନଆକ୍ରୋଶ ମହିଳା ସମାବେଶ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ନାରୀ ଶକ୍ତି ବନ୍ଦନ ଅଧିନିୟମ ପାସ୍‌ ନହେବା ପରିପ୍ରେକ୍ଷୀରେ ଜନଆକ୍ରୋଶ ଓ ମହିଳା ସମାବେଶ ମ. ରାମପୁର ମଣ୍ଡଳ ସଭାପତି ଯଜ୍ଞସେନ ପଣ୍ଡାଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି। ଭାରତରେ ନାରୀମାନଙ୍କର ରାଜନୀତିକ ସଶକ୍ତିକରଣ ପାଇଁ ଆଣାଯାଇଥିବା ନାରୀ ଶକ୍ତି ବନ୍ଦନ ଅଧିନିୟମ ନେଇ ନିକଟତମ ସମୟରେ ରାଜନୀତିକ ମଞ୍ଚରେ ଭାରି ଚର୍ଚ୍ଚା ଓ ବିବାଦ ଦେଖାଯାଇଛି। ବିରୋଧୀ ଦଳମାନଙ୍କ ତୀବ୍ର ବିରୋଧର କାରଣରୁ ବିଲ୍‌ଟି ପାସ୍‌ ହୋଇପାରିନଥିବା ଅଭିଯୋଗ ଉଠିଛି, ଯାହାକୁ ନେଇ ସାଧାରଣ ଲୋକ ମଧ୍ୟରେ ଅସନ୍ତୋଷ ବଢ଼ିଛି। ବିରୋଧୀ ଦଳମାନଙ୍କ ମତ ହେଉଛି ଯେ, ଏହି ବିଲ୍‌ରେ କିଛି ଗଠନାତ୍ମକ ତ୍ରୁଟି ରହିଛି। ସେମାନେ ଦାବି କରୁଛନ୍ତି ଯେ ଏଥିରେ ଓବିସି ଓ ଅନ୍ୟ ପଛୁଆ ବର୍ଗର ନାରୀମାନଙ୍କ ପାଇଁ ପୃଥକ ସଂରକ୍ଷଣ ବ୍ୟବସ୍ଥା ନଥିବାରୁ ଏହା ସମସ୍ତଙ୍କ ପାଇଁ ସମାନ ନ୍ୟାୟ ନୁହେଁ ବୋଲି ମଣ୍ଡଳ ମହିଳା ସଭାନେତ୍ରୀ ଗୋଲାପି ରଣା, ସଂଯୁକ୍ତା ସିଂଦେଓ କାର୍ଯ୍ୟକାରିଣୀ ସଦସ୍ୟା, ଜିଲ୍ଲା ଉପସଭାପତି ପଦ୍ମଲୋଚନ ମିଶ୍ର, ବରିଷ୍ଟ ନେତା ଶ୍ରୀକାନ୍ତ ହୋତା, ଯୋରାଡୋବ୍ରା ମଣ୍ଡଳ ପ୍ରଭାରୀ ବିଜୟ ମହାଖୁଡ, ମଣ୍ଡଳ ସାଧାରଣ ସମ୍ପାଦକ ଦେବଦତ୍ତ ପ୍ରହରାଜ, ନିର୍ମଳ ମହାଖୁଡ, ମଣ୍ଡଳ ପ୍ରତିନିଧି ପ୍ରତାପ ରଣା, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟା ସ୍ନେହଲତା ଭୋଇ, ମଣ୍ଡଳ ଉପସଭାନେତ୍ରି ପ୍ରତିମା ଭୋଇ ନିଜ ନିଜ ବକ୍ତବ୍ୟ ରେ ପ୍ରକାଶ କରିଥିଲେ। ମ.ରାମପୁର ବସ ଷ୍ଟାଣ୍ଡ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ଶତାଧିକ ମହିଳା ଯୋଗଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.