ନର୍ଲା ପଞ୍ଚାୟତ ସମିତିର ନବମ ସାଧାରଣ ଅଧିବେଶନ ଅନୁଷ୍ଠିତ 

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ପଞ୍ଚାୟତ ସମିତିର ନବମ ସାଧାରଣ ଅଧିବେଶନ ବୁଧବାର ଦିନ ପୂର୍ବାହ୍ନ ୧୦ ଘଣ୍ଟା ସମୟରେ ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତିଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ନର୍ଲା ବିଡ଼ିଓ ବିପିନ ବିହାରୀ ଦୀପଙ୍କ ସଂଯୋଜନାରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ କଳାହାଣ୍ଡି, ବିଧାୟକ ପ୍ରତିନିଧି ସରୋଜ କୁମାର ରାଉତ, ନର୍ଲା ବ୍ଲକ ସରପଞ୍ଚ ସଂଘ ସଭାପତି ଅନ୍ତରାମ ମାଝୀ, ନର୍ଲା ସହକାରୀ ସମ୍ପ୍ରସାରଣ ଯନ୍ତ୍ରୀ ସୁଧାଂଶୁ ମହାଲି, ଜିପିଡିଓ ଯଦୁମଣି ନାଏକ, ତହସିଲ ଅଫିସ ତରଫରୁ ସେକ୍ସନ ଅଫିସର ଦିଗ ପଧାନ, ପାନୀୟ ଜଳ ତଥା ସ୍ୱଚ୍ଛ ଓ ପରିମଳ ବିଭାଗ ର ସହକରୀ ଯନ୍ତ୍ରୀ ସୁରେନ୍ଦ୍ର ସୁନାନୀ ପ୍ରମୁଖ ମଞ୍ଚାସୀନ ଥିଲେ। ବୈଠକରେ ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟଜଳ, ବିଦ୍ୟୁତ, କୃଷି, ଉଦ୍ୟାନ କୃଷି ଆଦି ବିଭିନ୍ନ ବିଷୟରେ ଆଲୋଚନା ପର୍ଯ୍ୟାଲୋଚନା ହୋଇଥିଲା। ଏଥିରେ ରାକସୀ ସରପଞ୍ଚ ଯେମନ୍ତ ପୋଢ଼, ରୁପ୍ରାରୋଡ ସରପଞ୍ଚ ହେମନ୍ତ ଭୋଇ, ନର୍ଲା ସରପଞ୍ଚ ତନୁଜା ହରପାଲ, ମାଣ୍ଡେଲ ସରପଞ୍ଚ, ବାଗପୁର ସରପଞ୍ଚ ଗୋପାଳ ହାତୀ, ନର୍ଲା ସମିତି ସଦସ୍ୟ ସଙ୍ଘ ସଭାପତି ଜୟ ମେହେର, ଘଣ୍ଟମାଳ ସମିତି ସଦସ୍ୟା ଅବନ୍ତିକା ଦଳେଇ, ସୁଦାମ ଝାଙ୍କର, ଦୀପା ମାଝୀଙ୍କ ସମେତ ୨୬ ଗୋଟି ପଞ୍ଚାୟତର ଅନେକ ସରପଞ୍ଚ, ସମିତି ସଭ୍ୟ/ ସଭ୍ୟା, ବିଭିନ୍ନ ବିଭାଗୀୟ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଅନ୍ୟ ଅଧିକାରୀ ମାନଙ୍କ ମଧ୍ୟରେ ଏବିଇଓ ଗୋବର୍ଦ୍ଧନ ମାଝୀ, ନର୍ଲା କନିଷ୍ଠ ଯନ୍ତ୍ରୀ ଆଲୋକ ନାଏକ, ବିଚିତ୍ରାନନ୍ଦ ନାଏକ, ରଞ୍ଜିତା ନାଏକ, ଗ୍ରାମ ପଞ୍ଚାୟତ କାର୍ଯ୍ଯନିର୍ବାହୀ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ସୁଚିନ୍ତିତ କୃଷି, ଶିକ୍ଷା,ସ୍ଵାସ୍ଥ୍ୟ ଓ ଉନ୍ନୟନ ବିଭାଗ ର ବିଭିନ୍ନ ସମସ୍ୟା ବିଷୟରେ ଆଲେଚନା କରିଥିଲେ। ବିଏସଏସଓ ପ୍ରଦୀପ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶେଷରେ ବିଡିଓ ଶ୍ରୀ ଦୀପ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.