୧୮ ଲିଟର ଦେଶୀ ମଦ ଜବତ; ଜଣେ ଗିରଫ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ଅବକାରୀ ଥାନା ଓଆଇସି ଗୁପ୍ତେଶ୍ୱର ପୁଟେଲଙ୍କ ନେତୃତ୍ୱରେ ମଙ୍ଗଳବାର ଆମପାଣି ଠାରେ ଚଢ଼ାଉ କରି ଜଣକୁ ଗିରଫ କରାଯାଇଛି। ଗିରଫ୍ ବ୍ୟକ୍ତି ହେଲେ ଆମପାଣିର ରିକ୍ଷୀରାମ ମାଝୀ। ତାଙ୍କ ଠାରୁ ୧୮ ଲିଟର ଦେଶୀ ହାତରନ୍ଧା ଜବତ କରାଯାଇଛି। ଏବଂ ରିକ୍ଷିରାମ କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଚଢ଼ାଉ ସମୟରେ ଓଆଇସି ଗୁପ୍ତେଶ୍ୱର ପୁଟେଲଙ୍କ ସମେତ ଇନ୍ସପେକ୍ଟର ଅରୁଣ ଯେଷୀ, ଓଆଇସି ସୁରେଶ ଭୋଇ, ଖୁସିଦେବ କଟା, ମହାଦେବ ମାଝୀ, ବଳଭଦ୍ର ପାତ୍ର, ଅରୁଣାକ୍ଷ ଧଙ୍ଗଡାମାଝୀ, କିର୍ତ୍ତୀ ଜେନା ପ୍ରମୁଖ ସାମିଲ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.