ବଡଫୂର୍ଲାକୁ ଗଡ଼ିଲା ଲଷ୍ମୀ ବସ: ବିଜେଡି ପଦାଧିକାରୀଙ୍କୁ ଧନ୍ୟବାଦ ଦେଲେ ଅଞ୍ଚଳବାସୀ 

ଓଡ଼ିଆ ବାର୍ତ୍ତା/ ଧର୍ମଗଡ଼: ଧର୍ମଗଡ ବ୍ଲକର ବଡଫୂର୍ଲା ପଞ୍ଚାୟତ ଅଞ୍ଚଳକୁ  ଲକ୍ଷ୍ମୀ ବସ ସେବା ବନ୍ଦ ଥିଲା। ଏନେଇ ବିଜୁ ଜନତା ଦଳର କର୍ମକର୍ତ୍ତା  ବାରମ୍ବାର ଧର୍ମଗଡ ବିଡିଓ, ଉପ ଜିଲ୍ଲାପାଳ ଓ କଳାହାଣ୍ଡି ଜିଲ୍ଲାପାଲଙ୍କ ଦୃଷ୍ଟି ଆକର୍ଷଣ କରି ଆସୁଥିଲେ। ଏହାପରେ ବଡଫୂର୍ଲା ଗ୍ରାମ ପଞ୍ଚାୟତକୁ ଆଜି ଲଷ୍ମୀ ବସ ଗଡିଛି। ଏହାକୁ ନେଇ ବଡଫୂର୍ଲା ଗ୍ରାମବାସୀ ଆନନ୍ଦିତ ହେବା ସହ ଧର୍ମଗଡ ବ୍ଲକ ବିଜେଡି ସଭାପତି ଡାକେ ଲହଜଲ, ଜିଲ୍ଲା ଉପ ସଭାପତି ଥବିର ପ୍ରସାଦ ସାହୁ, ମହିଳା ସଭାନେତ୍ରୀ ମମତା ରାଣୀ ଗୋପାଳ ଓ ଜିଲ୍ଲା ପରିଷଦ ସଭ୍ୟ ପ୍ରବଣ କିଶୋର ଭଏସାଲଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.