ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଆଦିଷ୍କନ୍ଧ ସମାଜ ସଂସ୍କୃତି ଭବନ ନର୍ଲା ଠାରେ ଓଡିଶା ଅନୁସୂଚିତ ଜାତି ଅନୁସୂଚିତ ଜନଜାତି କର୍ମଚାରୀ କଲ୍ୟାଣ ସମନ୍ଵୟ ପରିଷଦର ବୈଠକ ଅନୁଷ୍ଠିତ ହୋଇଛି।ଏଥିରେ ମୁଖ୍ୟ ଅତିଥି ଭାବରେ ନର୍ଲା ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ମାଝୀ ଯୋଗ ଦେଇଥିବା ବେଳେ କଳାହାଣ୍ଡି ଜିଲ୍ଲା କର୍ମଚାରୀ କଲ୍ୟାଣ ସମନ୍ଵୟ ପରିଷଦର ସଭାପତି କାମଦେବ ବେଶ୍ରା ପର୍ଯ୍ୟବେକ୍ଷକ ଭାବରେ ଯୋଗ ଦେଇଥିଲେ। ଅନ୍ୟତମ ଅତିଥି ଭାବରେ ବଶିଷ୍ଠ ଶିକ୍ଷକ ରବୀନ୍ଦ୍ର ନାଥ ସେଠୀ, ଫକୀର ମହାନନ୍ଦ, ବିଜୟ ମାଝୀ ଯୋଗ ଦେଇଥିବାବେଳେ ସଭାପତି ଭାବରେ ଟଙ୍କଧର ନିଆଲ ସଭାକାର୍ଯ୍ୟ ପରିଚାଳନା କରିଥିଲେ। ନର୍ଲା ବ୍ଲକର ଶିକ୍ଷା, ସ୍ୱାସ୍ଥ୍ୟ, ପଞ୍ଚାୟତରାଜ, ପଶୁ ଚିକିତ୍ସା ଵିଭାଗ, କୃଷି ବିଭାଗ, ଉଦ୍ୟାନ ବିଭାଗ, ଶିଶୁ ବିକାଶ ବିଭାଗର ସମସ୍ତ କର୍ମଚାରୀ ଯୋଗଦେଇ ନର୍ଲା ବ୍ଲକରେ ଏକ ବ୍ଲକ ସ୍ତରୀୟ କମିଟି ଗଠନ କରାଯାଇଥିଲା। ସଭାପତି ଭାବରେ ଯୁବ ସଂଗଠକ ବିମଳ ଦୀପ, ମୁଖ୍ୟ ସଂପାଦକ ଭାବରେ କ୍ଷିତିଶ ଚନ୍ଦ୍ର ମାଝୀ, କାର୍ଯ୍ୟକାରୀ ସଭାପତି କ୍ଷୀରବ୍ଧି ମାଝୀ, ଯୁଗ୍ମ ସଂପାଦକ ରଞ୍ଜନ ନାଏକ, ସଙ୍ଗଠନ ସଂପାଦକ ଦାସ ମାଝୀ, ନିଯୁକ୍ତି ସଂପାଦକ ଉପେନ୍ଦ୍ର ସୁନାନୀ, ସାଂସ୍କୃତିକ ସଂପାଦକ ମୀନକେତନ ତାଣ୍ଡି, ଅର୍ଥ ସମ୍ପାଦିକା ରମ୍ଭାବତି ପାତ୍ର ଓ ଯୁଗ୍ମ ସଂପାଦକ ଭାବରେ ସୁଶାନ୍ତ କୁମାରଙ୍କୁ ମନୋନୀତ କରା ଯାଇଥିଲା। କମିଟିର ଉପଦେଷ୍ଟା ଭାବରେ ଗୋବର୍ଦ୍ଧନ ମାଝୀ, ଜୟସେନ୍ ନିଆଲ, ଅରୁଣ ନାଏକ, ରବୀନ୍ଦ୍ର ସେଠୀ, ଫକୀର ମହାନନ୍ଦ, ବିଜୟ ମାଝୀ, ତ୍ରିନାଥ ହରପାଲ, ଟଙ୍କଧର ନିଆଲ, ଜଗନ୍ନାଥ ମାଝୀ, ରୂପାଧର ମାଝୀ, ରବି ନାଏକ, ହରିହର ଭୋଇ, ତ୍ରିଲୋକ୍ୟ ହରପାଲଙ୍କୁ ମନୋନୀତ କରଯାଇଥିଲା। ଚାକିରୀ କ୍ଷେତ୍ରରେ କର୍ମଚାରୀ ମାନେ କି କି ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ଠିକ୍ ସମୟରେ ପ୍ରମୋଶନ ହେଉଛି କି ନାହିଁ। ଯଦି କିଛି ଅସୁବିଧା ଅଛି ତାହେଲେ ସଂଘ ମାଧ୍ୟମରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ଆଲୋଚନା କରାଗଲା। ନବନିଯୁକ୍ତ ପଦାଧିକାରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପରେ ସଭାପତି ଟଙ୍କଧର ନିଆଲ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ। କ୍ଷିତିଶ ଚନ୍ଦ୍ର ମାଝୀ ମଞ୍ଚ ପରିଚାଳନା କରିଥିବାବେଳେ କାର୍ଯ୍ଯକ୍ରମର ସମସ୍ତ ସହଯୋଗ କରିଥିଲେ ଚୌଧୁରୀ ମାଝୀ, ଅଜିତ ନାଏକ ଓ ସତ୍ୟବାନ ହରପାଲ।





