ଓଡ଼ିଆ ବାର୍ତ୍ତା/ କୋମନା: ଯୁବକବି ଦେବେନ୍ଦ୍ର ହଂସ ବାଲେଶ୍ୱର ସ୍ଥିତ ଅପରାହ୍ନ ଦୈନିକ ସମ୍ବାଦ ପତ୍ରର ରାଜ୍ୟ ସ୍ତରୀୟ ବାର୍ଷିକ ଉତ୍ସବରେ “ସୃଜନ ଶ୍ରୀ” ସମ୍ମାନରେ ସମ୍ମାନୀତ ହୋଇଛନ୍ତି l ଏହି ଅବସରରେ ତାଙ୍କର ପ୍ରଥମ କବିତା ସଂକଳନ “ଅନୁରାଗ ଆଇନା” ବିଶିଷ୍ଟ ଅତିଥି ବାଲେଶ୍ୱରର ଲୋକ ସଭା ସାଂସଦ ଶ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ବିଜେଡି ପ୍ରାକ୍ତନ ସାଂସଦ ଶ୍ରୀ ପ୍ରସନ୍ନ ପାଟ୍ଟଶାଣି, ଅପରାହ୍ନ ସମ୍ବାଦ ପତ୍ରର ମୁଖ୍ୟ ସମ୍ପାଦକ ଶ୍ରୀ ବଂଶୀଧର ଜେନାଙ୍କ ସହ ଅନ୍ୟାନ୍ୟ କବି ମାନଙ୍କ କରକମଳରେ ଲୋକାର୍ପିତ ହୋଇଯାଇଛି l ତାଙ୍କ ପୁସ୍ତକ ସମାଜ ଭିତ୍ତିକ, ନାରୀ କୈନ୍ଦ୍ରିକ, ପ୍ରେମ ଚେତନା ସମ୍ବଳିତ ହୋଇଥିବା ବେଳେ, ଶ୍ରୀ ହଂସ ଏକାଧାରରେ ଜଣେ କବି, ଅଭିନେତା, ବକ୍ତା, ମଞ୍ଚ ଉପସ୍ଥାପକ, ସଂକୀର୍ତ୍ତନ ଗାୟକ, ମଞ୍ଚ ନିର୍ଦ୍ଦେଶକ l ଅଳ୍ପ ବୟସରେ ଏତେ ସବୁ ପ୍ରତିଭାର ଅଧିକାରୀ ହୋଇଥିବାରୁ ପ୍ରଶଂସକ ତଥା ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ଦ୍ୱାରା ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି l ସମ୍ପ୍ରତି ସେ ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟର ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପ୍ରଥମ ବର୍ଷରେ ଅଧ୍ୟୟନରତ l





