ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ତାଲୁକ ଆଇନ୍ ସେବା ସମିତି ପକ୍ଷରୁ ମଙ୍ଗଳବାର ଜେଏମ୍ଏଫସି କୋର୍ଟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ତାଲୁକ ଆଇନ୍ ସେବା ସମିତିର ଅଧ୍ୟକ୍ଷା ଲିପ୍ସା ରାଉତଙ୍କ ଅଧ୍ୟକ୍ଷତାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ଧର୍ମଗଡ଼ ଓ ଜୁନାଗଡ଼ ଦକ୍ଷିଣ ବନଖଣ୍ଡ ପକ୍ଷରୁ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ତାଲୁକ ଆଇନ୍ ସେବା ସମିତିର ଅଧ୍ୟକ୍ଷା ସମେତ ବନ ଅଧିକାରୀ, କୋର୍ଟ କର୍ମଚାରୀ, ଆଇନଜୀବି ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ କିଶମର ଚାରା ରୋପଣ କରାଯାଇଥିଲା।





