ଛାତ୍ର ବିଜେଡି ସଭାପତି ଭାବରେ ହରେକୃଷ୍ଣ ପ୍ରଧାନଙ୍କ ଦାୟିତ୍ଵ ଗ୍ରହଣ: ଦିଆଗଲା ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା

• ୱାର୍ଡ ସ୍ତରରୁ ସଂଗଠନକୁ ସୁଦୃଢ କରିବାକୁ ଆହ୍ୱାନ
• ବିଦ୍ୟାର୍ଥୀଙ୍କ ବିପତ୍ତିର ସାଥି ହେବ ବିସିଜେଡି

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵର ଜିଲ୍ଲା ଛାତ୍ର ବିଜେଡି ସଭାପତି ଭାବେ ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ପୂର୍ବତନ ଛାତ୍ର ସଂସଦ ସଭାପତି ହରେକୃଷ୍ଣ ପ୍ରଧାନ ନୂତନ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଶନିବାର ଦିନ ବିଧିବଦ୍ଧ ଭାବେ ଘୋଷଣା କରିବା ପରେ ବାଲେଶ୍ଵରର ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ବିପୁଳ ଉତ୍ସାହ ଦେଖିବାକୁ ମିଳିଛି। ଏହି ଅବସରରେ ରବିବାର ଫକୀର ମୋହନ କଲେଜ ସମ୍ମୁଖରେ ପ୍ରାୟ ୩ଶହ ଛାତ୍ର ଓ ଛାତ୍ରନେତା ଏକତ୍ରିତ ହୋଇ ଶ୍ରୀ ପ୍ରଧାନଙ୍କୁ ବିପୁଳ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଇଛନ୍ତି। ପୁଷ୍ପଗୁଚ୍ଛ, ଫୁଲହାର, ଉତ୍ତରୀୟ ସହ ନାନା ପ୍ରକାର ସେଲିବ୍ରେସନ ମାଧ୍ୟମରେ ଶ୍ରୀ ପ୍ରଧାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ପରିପ୍ରେକ୍ଷୀରେ ପଞ୍ଚାୟତ ଓ ୱାର୍ଡ ସ୍ତରରୁ ଛାତ୍ର ସଂଗଠନକୁ ସୁଦୃଢ କରିବା ନିମନ୍ତେ ଶ୍ରୀ ପ୍ରଧାନ ଆହ୍ୱାନ ଦେବା ସହ କଲେଜ କ୍ୟାମ୍ପସରେ ବିସିଜେଡି ବିଦ୍ୟାର୍ଥୀଙ୍କ ବିପତ୍ତିର ସାଥି ହେବ ବୋଲି ପ୍ରକାଶ କରିଛନ୍ତି। ଅପରପକ୍ଷେ ଏଭଳି ଏକ ଗୁରୁ ଦାୟିତ୍ୱ ଦେଇଥିବାରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ବାଲେଶ୍ଵର ଜିଲ୍ଲା ବିଜେଡି ସଭାପତି ଜ୍ୟୋତିପ୍ରକାଶ ପାଣିଗ୍ରାହୀ, କାର୍ଯ୍ୟକାରୀ ସଭାପତି ଗୌତମବୁଦ୍ଧ ଦାସ, ସାଂସଦ ପ୍ରାର୍ଥିନୀ ଡକ୍ଟର ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ଯୁବ ସଭାପତି ଚିନ୍ମୟ କୁମାର ସାହୁ, ରାଜ୍ୟ ଛାତ୍ର ସଭାନେତ୍ରୀ ଇପ୍ସିତା ସାହୁ, ଜଳେଶ୍ୱର ବିଧାୟକ ଅଶ୍ୱିନୀ କୁମାର ପାତ୍ର, ସୋର ବିଧାୟକ ମାଧବ ଧଡ଼ା, ପୂର୍ବତନ ନୀଳଗିରି ବିଧାୟକ ସୁକାନ୍ତ ନାୟକ, ପୂର୍ବତନ ସଦର ବିଧାୟକ ଜୀବନ ପ୍ରଦୀପ ଦାସ ଓ ସ୍ୱରୂପ କୁମାର ଦାସ, ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି, ପୂର୍ବତନ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ରାଜ୍ୟ ସାଧାରଣ ସମ୍ପାଦକ ଗିରିଶ ଦାସ, ବସ୍ତା ନିର୍ବାଚନମଣ୍ଡଳୀ ସଂଯୋଜକ ମହାଦେବ ଦାସ, ବାଲେଶ୍ଵର ଟାଉନ ସଭାପତି ମନୋଜ ରାଉତ, ସଦର ସଭାପତି ବସନ୍ତ ପଣ୍ଡା, ଜିଲ୍ଲା ସାଧାରଣ ସମ୍ପାଦକ ରଞ୍ଜନ ବାଗ, ପୌର ଉପାଧ୍ୟକ୍ଷ କୈଳାଶ ଚନ୍ଦ୍ର ସେଠୀ, ରାଜ୍ୟ ଯୁବ କାର୍ଯ୍ୟକାରୀ ସଭାପତି ଶୁଭେନ୍ଦୁ ଦାସ ମଙ୍ଗରାଜ, ଯୁବନେତା ସେକ ଅନସର ଅଲ୍ଲୀ, ସୁବୋଧ ମହାନ୍ତି, ସଞ୍ଜୟ ବେହେରା, ସେକ ଆୟୁବ, କାର୍ତ୍ତିକ ସାହୁ, ଦେବାଶିଷ ଦାସ, ନଳିନୀ ରଞ୍ଜନ ଦାସ, ସେକ ସାକୀର, ଉମାଶଙ୍କର ତିଆଡ଼ି ଏବଂ ଦଳର ସମସ୍ତ ରାଜ୍ୟ ଓ ଜିଲ୍ଲା ନେତୃତ୍ୱଙ୍କୁ ଶ୍ରେୟ ଦେଇଛନ୍ତି।

ପ୍ରକାଶ ଥାଉକି, ଶ୍ରୀ ପ୍ରଧାନ ହେଉଛନ୍ତି ଜଳେଶ୍ୱର ନିର୍ବାଚନମଣ୍ଡଳୀ ତାଡ଼ଦା ପଞ୍ଚାୟତର ସ୍ୱର୍ଗତ ସଦାଶିବ ପ୍ରଧାନ ଓ ବନଲତା ପ୍ରଧାନଙ୍କ ପୁତ୍ର। ତେବେ ସେ ଦୀର୍ଘ ୧୫ ବର୍ଷ ଧରି ଛାତ୍ର ବିଜେଡିର ବିଭିନ୍ନ ଦାୟିତ୍ୱରେ ରହି କାର୍ଯ୍ୟ ତୁଲାଇଛନ୍ତି। ଛାତ୍ରନେତାଙ୍କ ମଧ୍ୟରେ ଲକ୍ଷ୍ମଣ ପ୍ରଧାନ, ପାର୍ଥସାରଥୀ ସାହୁ, ହରିଶ ବେହେରା, ରାଜକିଶୋର ବେହେରା, ଆୟୁଷ ପ୍ରଧାନ, ଶୁଭମ ନାୟକ, ସୁନୀଲ ଧଳ, ଜ୍ୟୋତିପ୍ରକାଶ ଗିରି, ସୀତାଂଶୁ ସେନାପତି, ମନୋଜ ବେହେରା, ଗୋପାଳ ମହାନ୍ତି, ଗୋପାଳ ନାୟକ, ଦିପୁନ ଭଟକା, ଜ୍ୟୋତିରଞ୍ଜନ ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.