ଓଡ଼ିଆ ବାର୍ତ୍ତା/ ଧର୍ମଗଡ଼ (ଲବଣି ରାଉତ): ସାମ୍ପ୍ରତିକ ସମୟରେ ସମସ୍ତଙ୍କ ପାଇଁ ଆତ୍ମ ସୁରକ୍ଷା ଓ ନ୍ୟାୟିକ ସଚେତନତାର ଆବଶ୍ୟକତା ରହିଛି । ନାରୀ ମାନଙ୍କ କ୍ଷେତ୍ରରେ ଏହାର ଗୁରୁତ୍ଵ ବହୁଗୁଣିତ ହୁଏ । ଚଳିତ ବର୍ଷ ମହାବିଦ୍ୟାଳୟରେ ଅଧ୍ୟୟନରତ ଝିଅମାନଙ୍କ ସଶକ୍ତିକରଣ ପାଇଁ ପ୍ରତି ମହାବିଦ୍ୟାଳୟରେ ଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ର ( Shaktishree Empowerment Cell) ଗଠନ କରାଯାଇଛି ଓ ଏହା ମାଧ୍ୟମରେ ବିଭିନ୍ନ ସଚେତନତା ଓ ଆତ୍ମ ସୁରକ୍ଷା କାର୍ଯ୍ୟ ହାତକୁ ନିଆଯାଇଛି । ଏହି କ୍ରମରେ ପଞ୍ଚାୟତ ମହାବିଦ୍ୟାଳୟ ଧର୍ମଗଡ଼ର ‘ଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ର’ ସଂଯୋଜିକା ଅଧ୍ୟାପିକା ସୂଚରିତା ଜେନାଙ୍କ ନେତୃତ୍ବରେ ଗତ ତା: ୧୮/୦୮/୨୬ ରୁ ଆରମ୍ଭ ହୋଇଥିବା ‘ଆତ୍ମ ସୁରକ୍ଷା ତାଲିମ’ ଶିବିର ଉଦ୍’ଯାପିତ ହେବା ସହ ‘ନ୍ୟାୟିକ ସଚେତନତା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀଯୁକ୍ତ ସରୋଜ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମରେ ଶ୍ରୀମତୀ ସଂଯୁକ୍ତା ପଣ୍ଡା, ଓକିଲ, ପ୍ରଶିକ୍ଷିକା ଭାବରେ ଯୋଗ ଦେଇ ଛାତ୍ରୀମାନଙ୍କୁ IPC, POSH, POSCO, ANTI RAGGING ଆଦି ବିଷୟରେ ବିଷଦ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପିକା ରୋଜାଲିନୀ ମୁଣ୍ଡ, ସୂଚରିତା ଜେନା, ମନୀଷା ସାହୁ, ଅଞ୍ଜଳି ମାଝୀ ଓ ଛାତ୍ରୀମାନଙ୍କୁ ତାଲିମ୍ ଦେଇଥିବା ଶ୍ରୀମତୀ ମାଳତୀ ପଟେଲ ଓ ଶ୍ରୀମତୀ କୁସୁମ ଗହୀର ଉପସ୍ଥିତ ଥିଲେ । ଓଡ଼ିଆ ଅଧ୍ୟାପକ ଗଣପତି ବାଗ ସଭା ସଂଯୋଜନା କରିଥିବା ବେଳେ ଅଧ୍ୟାପିକା ମନୀଷା ସାହୁ ଧନ୍ୟବାଦ ଦେଇଥିଲେ । ଅଧ୍ୟାପିକା ବେବିନା ମୁଣ୍ଡ, ମିନାକ୍ଷୀ ବାଗ, ସହାୟକ ରଜନୀକାନ୍ତ ନାଏକ, ଖୋବେନ୍ଦ୍ର ପୂଝାରୀ, ଅସିତ ସେଠୀ, ସଂଗ୍ରାମ ବିହାରୀ, ଓ ଶକ୍ତିଶ୍ରୀ ସାଥୀ କିମ୍ବଦନ୍ତୀ ମାଝୀ ସାହାଯ୍ୟ କରିଥିଲେ ।





