ଓଡ଼ିଆ ବାର୍ତ୍ତା/ ବୁଗୁଡ଼ା (ଡ.କୁମୁଦ ଚନ୍ଦ୍ର ବେହେରା): ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଗୋଲିଆ ଆଦର୍ଶ ବିଦ୍ୟାଳୟରେ ଏକାଦଶ ବିଜ୍ଞାନ ଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ର ଆଶୁତୋଷ ବିଷୋୟୀ ସଫଳତା ଅର୍ଜନ କରିଛନ୍ତି। ସେ ଭୁବନେଶ୍ୱରର ସ୍ଥିତ ଓଡ଼ିଆ ଆଦର୍ଶ ବିଦ୍ୟାଳୟରେ ଆଇକୋନିକ (OAV ICONIC)ର ବିଜ୍ଞାନ ଏକାଦଶ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ ପ୍ରବେଶିକା ପରୀକ୍ଷାରେ ସଫଳତାର ସହ ଉତ୍ତିର୍ଣ୍ଣ ହୋଇଛନ୍ତି। ଏହି ସଫଳତାର ଶ୍ରେୟ ସେ ବିଦ୍ୟାଳୟର ଅଧ୍ୟକ୍ଷା, ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଏବଂ ଅଭିଭାବକଙ୍କୁ ପ୍ରଦାନ କରିଛନ୍ତି। ଛାତ୍ର ଆଶୁତୋଷ ପୋଲସରା ବ୍ଲକ ଅନ୍ତର୍ଗତ ବର୍ତ୍ତିନି ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟାପନା କରୁଥିବା ରଞ୍ଜିତ କୁମାର ବିଷୋୟୀ ଓ ଆରତୀ ବିଷୋୟୀଙ୍କ ପୁତ୍ର ଅଟନ୍ତି।





