ଲାଞ୍ଜିଗଡ଼ରେ ଭିମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁରଠାରେ ଆଜି ବ୍ଲକ ପ୍ରଶାସନ, ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗର ମିଳିତ ଆନୁକୂଲ୍ୟରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଲାଞ୍ଜିଗଡ଼ ବିଡିଓ ଶଶାଙ୍କ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ମୁଖ୍ୟ ଅତିଥିଭାବେ ଲାଞ୍ଜିଗଡ଼ ପଞ୍ଚାୟତ ସମିତି ଅଧ୍ଯକ୍ଷା କମଳା ପାତ୍ର ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଉପାଧ୍ଯକ୍ଷ ସଂଜୀବ କୁମାର ନାୟକ, ଲାଞ୍ଜିଗଡ଼ ଗୋଷ୍ଠୀ ଶିକ୍ଷାଧିକାରୀ ରୁଷିଆ ମେହେର ପ୍ରମୁଖ ମଞ୍ଚାସିନ ଥିଲେ। ଶିବିରକୁ ଆସିଥିବା ସମସ୍ତ ଭିନ୍ନଭିନ୍ନ ଭାଇଭଉଣୀଙ୍କୁ ଆଶ୍ବସନା ଦବା ସହିତ ସରକାରୀ ସୁବିଧାର ସୁଯୋଗ ନେବା ପାଇଁ ସମସ୍ତ ଯୋଜନା ଉପରେ ଆଲୋକପାତ କରି ରହିଥିଲେ। ଏହି ସାମର୍ଥ୍ୟ ଶିବିରରେ ସମୁଦାୟ ୨୩୯ ଜଣ ନିଜ ନାମ ପଞ୍ଜିକରଣ କରିଥିଲେ। ଏହି ଶିବିରରେ ଅସ୍ଥି ଶଲ୍ୟ ବିଶେଷଜ୍ଞ – ଡା. ଏସ.ପି. ସରାବନ, ମାନସିକ ରୋଗ ବିଶେଷଜ୍ଞ ଡା. ଅନନ୍ତ ଚରଣ ମେହେର, ନାକ, କାନ, ଗଳା ରୋଗ ବିଶେଷଜ୍ଞ ଡା. ସନତ କୁମାର ଶତପଥୀ, ଚକ୍ଷୁ ରୋଗ ବିଶେଷଜ୍ଞ ଡା. ନିବେଦିତା ମହାରଣା, ଟେଲି ଟେକ୍ନିସିଆନ ନିବେଦିତା ସାହୁ, କ୍ଲିନିକାଲ୍ ମନୋବିଜ୍ଞାନୀ ଅନାୟତ ମହମ୍ମଦ, ଶ୍ରବଣ ପରୀକ୍ଷା ବିଶେଷଜ୍ଞ ଆରାଧନା ବେହୁରା, ମୋବିଲିଟି ପ୍ରଶିକ୍ଷକ ନିବାସ ଚନ୍ଦ୍ର ସାହୁ,ଫିଜିଓଥେରାପି ବିଶେଷଜ୍ଞ ଡା. ପ୍ରଣବ କୁମାର ମେହେର, କୃତ୍ରିମ ଅଙ୍ଗ ବିଶେଷଜ୍ଞ ଡା. ରାଜଶ୍ରୀ ପ୍ରିୟଦର୍ଶିନୀ, ଜିଲ୍ଲା ଦିବ୍ୟାଙ୍ଗ ସହାୟକ ଶେଷଦେବ ନାଏକ, ବ୍ୟକ୍ତିଗତ ସହାୟକ ଲକ୍ଷ୍ୟପତି ପୂଜାରୀ, ଡାଟା ଏଣ୍ଟ୍ରି ଅପରେଟର ଆଶୁତୋଷ ପ୍ରଧାନ, ସହାୟକ କର୍ମଚାରୀ ରୋହିତ ଗୌଡ଼ ପ୍ରମୁଖ ଉପସ୍ଥିତ ରହି ଭିନ୍ନକ୍ଷମ ମାନଙ୍କ ସ୍ବାସ୍ଥ୍ୟ ପରିକ୍ଷା କରିଥିଲେ। ଏଥିରେ ୪୨ ଜଣ ଶ୍ରବଣ ବାଧିତ, ୮୬ ଜଣ ଅସ୍ଥିଶଲ୍ୟ, ୧୭ ଜଣ ଚକ୍ଷୁରୋଗ, ୧୩ ଜଣ ମାନସିକ ରୋଗ, ୧୦ଜଣ ଆଣ୍ଠୁଗଣ୍ଠି ଓ ୬ ଜଣ ବଙ୍କାପାଦ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଥିଲା। ସେହିପରି ସାଇଟସେଭର ଓ ଜୁନାଗଡ଼ ନେତ୍ରାଳୟ ପକ୍ଷରୁ ୨୦ ଜଣଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା। ଶିବିରରେ ୨୦ଜଣଙ୍କୁ ଭିନ୍ନକ୍ଷମ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲ। କାର୍ଯ୍ୟକ୍ରମକୁ ସାମାଜିକ ସୁରକ୍ଷା ଅଧିକାରୀ ଅରବିନ୍ଦ ମହାପାତ୍ର ସ୍ୱାଗତ ଅଭିଭାଷଣ ସହିତ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ବ୍ଲକର ସମସ୍ତ ଅଧିକାରୀ, କର୍ମଚାରୀ ଓ ବିଶ୍ବନାଥପୁର ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ପରିଚାଳନା ସହ‌ଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.