ପାଣ୍ଡିଆ ପଞ୍ଚାୟତରେ ବିଧାୟକଙ୍କ ଦ୍ୱାରା ହିତାଧିକାରୀଙ୍କୁ ରାସନ କାର୍ଡ ଓ ଭତ୍ତା ବଣ୍ଟନ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ପଣ୍ଡିଆ ପଞ୍ଚାଯତଠାରେ ମହିଳା ସରପଞ୍ଚ ସବିତା ସେଠୀ ଏବଂ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ନିରଞ୍ଜନ ବୈଦ୍ୟ ଙ୍କ ମିଳିତ ସଂଯୋଜନା ରେ ଆଯୋଜିତ ଏକ ଭତ୍ତା ବଣ୍ଟନ ମେଳାରେ ମୁଖ୍ୟଅତିଥ୍ ଭାବେ କବିସୂର୍ଯ୍ୟ ନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ଯୋଗଦେଇ 30 ଜଣଙ୍କୁ ଭତ୍ତା ଓ 50 ଜଣ ହିତାକାରୀଙ୍କୁ ରାସନ କାର୍ଡ ବଣ୍ଟନ କରିଛନ୍ତି । ଏହି ଉପଲକ୍ଷେ ପଞ୍ଚାଯତ କାର୍ଯ୍ୟାଳୟ ପରିସରରେ ବ୍ଲକ ଅଧକ୍ଷଙ୍କପ୍ରତିନିଧି ଜଗତ ବନ୍ଧୁ ପଣ୍ଡା , ସମିତିସଭ୍ୟ ସିମାଞ୍ଚଳ ଗୌଡ଼ ପୂର୍ବତନ ବ୍ଲକ ଅଧକ୍ଷ ସୂର୍ଯ୍ୟ ନାରାୟଣ ପଣ୍ଡା, ଉପାଧକ୍ଷା ପ୍ରତିନିଧି ଲିଙ୍ଗରାଜ ବାରିକ,ସରପଞ୍ଚ ପ୍ରତିନିଧି ସନ୍ତୋଷ ସେଠୀ,କୈଳାସ ସେଠୀ, ବିଜେପି ଝାଡ଼ ବାଇ ମଣ୍ଡଳ ସଭାପତି ଶ୍ରୀକାନ୍ତ ପଣ୍ଡା, ଶିକୁଳା ଏ ଡି ଇ ଓ ଚନ୍ଦନ ନାୟକ ଙ୍କ ସହ ମହିଳା ସଂଘ ସଭାପତି ମମତା ପ୍ରଧାନ ଓ ବହୁ ସଂଖ୍ୟାରେ ମହିଳା,ଦଳୀୟ କର୍ମା ଏବଂ ଶତାଧୂକ ଗ୍ରାମବାସୀ ଉପସ୍ଥିତ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.