ନର୍ଲା ଗୁରୁକୁଳ ନର୍ସିଂ କଲେଜ ରେ ରାକ୍ଷୀ ପୂର୍ଣ୍ଣିମାରେ ନିଶା ନିବାରଣ ବ୍ରତ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଗୁରୁକୂଳ ନର୍ସିଂ କଲେଜ ରେ ରକ୍ଷା ବନ୍ଧନ ଉତ୍ସବ ଆଡମ୍ବର ସହକାରେ ପାଳିତ ହୋଇଯାଇଛି। ପୂର୍ବାହ୍ନ ୯ ଘଣ୍ଟା ସମୟରେ କଲେଜ ର ପରିଚାଳନା ନିର୍ଦ୍ଦେଶକ ଆଶିଷ ବିଶ୍ୱାଳ ଙ୍କ ଅଧ୍ୟକ୍ଷତାରେ ରକ୍ଷା ବନ୍ଧନ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବରେ ନର୍ଲା ର ବରିଷ୍ଠ ସାମ୍ବାଦିକ ଅଭିରାମ ନନ୍ଦ ଯୋଗଦାନ କରି ବାକଦେବୀ ସରସ୍ୱତୀ ଙ୍କ ଠାରେ ଦୀପ ପ୍ରଜ୍ୱଳନ କରିଥିଲେ। ସମ୍ମାନୀତ ଅତିଥି ଭାବରେ ବିଜେଡିର ଯୁବ ନେତା ପୂର୍ଣ୍ଣଚନ୍ଦ୍ର ପୂଝାରୀ ଯୋଗଦାନ କରି ରକ୍ଷା ବନ୍ଧନ ଉତ୍ସବ ର ମହତ୍ଵ ବିଷୟରେ ମାର୍ଗଦର୍ଶନ ଦେଇଥିଲେ। କଲେଜ ର ଛାତ୍ରୀ ମାନେ ଭଗବାନ ଙ୍କ ଠାରେ ରାକ୍ଷୀ ଅର୍ପଣ ପରେ ଛାତ୍ର ମାନଙ୍କୁ ଓ ଅତିଥିଙ୍କୁ ରାକ୍ଷୀ ବାନ୍ଧି ଆଶୀର୍ବାଦ ନେଇଥିଲେ। ପରସ୍ପରକୁ ମିଠା ଖୁଆଇ ଥିଲେ। ଏହାପରେ ନିଶା ନିବାରଣ ଉପରେ ଛାତ୍ର ଛାତ୍ରୀ ମାନେ ନିଜ ନିଜ ଡାହାଣ ହାତ ଆଗକୁ ଆଣି ଶପଥ ପାଠ କରିଥିଲେ। କଲେଜ ର ମାର୍କେଟିଙ୍ଗ ଅଫିସର ପ୍ରହଲ୍ଲାଦ ସେଠୀ ଓ ବ୍ୟବସ୍ଥାପକ ସଞ୍ଜୟ ସରାଫ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଏମଡି ଶ୍ରୀ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.