ଟିକ୍ରାପଡ଼ା ଶିଶୁ ସୈନିକ ସ୍କୁଲରେ ରକ୍ଷା ବନ୍ଧନ ଉତ୍ସବ

ଓଡ଼ିଆ ବାର୍ତ୍ତା/ ସଇଁତଳା (ରମାକାନ୍ତ ରାଜପଲିଆ): ସଇଁତଳା ବ୍ଲକ ଟିକ୍ରାପଡ଼ା ସ୍ଥିତ ଶିଶୁ ସୈନିକ ବିଦ୍ୟାଳୟରେ ଅଧ୍ୟକ୍ଷ ଚନ୍ଦ୍ରମଣି ରାଜପଲିଆଙ୍କ ଅଧ୍ୟକ୍ଷତା ଓ ଛାତ୍ରୀ ଅମ୍ରିତା ରାଜପଲିଆଙ୍କ ସଂଯୋଜନାରେ ରକ୍ଷା ବନ୍ଧନ ଉତ୍ସବ ପାଳିତ ହୋଇଯାଇଛି | ସାମାଜିକ କର୍ମୀ ରବୀନ୍ଦ୍ର ବାଗ, ଶିକ୍ଷୟିତ୍ରୀ ସଙ୍ଗୀତା ବାଗ, ସାବିତ୍ରୀ ରାଜପଲିଆ, ବୈଜୟନ୍ତି ମହାକୁର, ଶିକ୍ଷକ ଦିଲ୍ଲୀପ ମିର୍ଦ୍ଧା ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ଦେଇଥିଲେ | ଶିକ୍ଷୟିତ୍ରୀ ଶ୍ଵେତାଞ୍ଜଳି ସାହୁ ସ୍ୱାଗତ ଭାଷଣ ଦେଇଥିଲେ | ପ୍ରତୀକ୍ଷା ନାଗ, ଶ୍ରଦ୍ଧା ଘିଭେଲା ସ୍ୱାଗତ ସଙ୍ଗୀତ ଗାନ କରିଥିଲେ | ଜାଗୃତି ରାଜପଲିଆ, ଦୁର୍ବାଦଳ ସାହୁ, ଆୟୁଷ୍ମାନ ମେହେର, ଆଦିତ୍ୟ ରାଜପଲିଆ, ଫକୀର ବରିହା, ସୋମ ମେହେର, ରିତେଶ ସାହୁ ପ୍ରମୁଖ ଛାତ୍ରଛାତ୍ରୀ ଆଲୋଚନାରେ ଅଂଶଗ୍ରହଣ କରିଥିଲେ | ଶିକ୍ଷକ ସମୀର ଖର୍ସେଲ ଧନ୍ୟବାଦ ଅର୍ପଣ କରିଥିଲେ | ଏହି ଅବସରରେ ଛାତ୍ର, ଶିକ୍ଷକଙ୍କ ହାତରେ ଛାତ୍ରୀ ଓ ଶିକ୍ଷୟିତ୍ରୀ ରାକ୍ଷୀ ବାନ୍ଧିଥିଲେ |ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.