ଭବାନୀଶଙ୍କର ସାଂସ୍କୃତିକ ଅନୁଷ୍ଠାନ ସରିଆଁ ପକ୍ଷରୁ ଜାତୀୟ କ୍ରୀଡ଼ା ଦିବସ ପାଳିତ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ମାଇ ଭାରତ, କଳାହାଣ୍ଡିର ନେତୃତ୍ୱରେ ଏବଂ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ସରିଆଁ ଗ୍ରାମର ଭବାନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ସରିଆଁର ଖେଳ ପଡ଼ିଆରେ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଦିବସ ଅବସରରେ ଜାତୀୟ କ୍ରୀଡ଼ା ଦିବସ ଉତ୍ସାହ ଓ ଉଦ୍ଦୀପନାର ସହିତ ପାଳିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସରିଆଁ ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ଭାସ୍କର ଭୋଇ, ନେହେରୁ ଯୁବ କେନ୍ଦ୍ରର ପୂର୍ବତନ ଜାତୀୟ ଯୁବ ସ୍ୱେଚ୍ଛାସେବୀ ହେମସାଗର ସାହୁ, ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ସରିଆଁର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ସାଧୁରାମ ଭୋଇ, ଅବସରପ୍ରାପ୍ତ ସହକାରୀ ଶିକ୍ଷକ ଗଙ୍ଗାନାରାୟଣ ଦାଶ, ପୂର୍ବତନ ଜିଲ୍ଲା ସ୍ତରୀୟ ଭଲିବଲ୍ ଖେଳାଳି ଶରତ ଚନ୍ଦ୍ର ଭୋଇ, ଭବାନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନର ଉପଦେଷ୍ଟା ତଥା ପୂର୍ବତନ ସମ୍ପାଦକ ନିର୍ମଳ ଚନ୍ଦ୍ର ଭୋଇ ଏବଂ ପ୍ରମୋଦ ଚନ୍ଦ୍ର ଭୋଇ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। କାର୍ଯ୍ୟକ୍ରମ ଅବସରରେ ଭଲିବଲ୍, ଫୁଟବଲ୍ ଏବଂ ୧୦୦ ମିଟର ଦୌଡ଼ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଫୁଟବଲ୍ ପ୍ରତିଯୋଗିତାରେ ସରିଆଁ ଦଳ ବିଜେତା ହୋଇଥିବା ବେଳେ ଭଲିବଲ୍ ପ୍ରତିଯୋଗିତାରେ ଖାଇଚୁଆଁ ଦଳ ବିଜେତା ହୋଇଥିଲା। ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଖେଳାଳି ମାନଙ୍କୁ ଅତିଥି ମାନେ ସାର୍ଟିଫିକେଟ୍ ସହିତ ସ୍ମୃତି ଚିହ୍ନ ପ୍ରଦାନ କରିଥିଲେ। ପ୍ରତିଯୋଗିତା ଗୁଡ଼ିକୁ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ସରିଆଁର କ୍ରୀଡ଼ା ଶିକ୍ଷକ ଉମାକାନ୍ତ ଭୋଇ ଏବଂ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଉଲିକୁପାର କ୍ରୀଡ଼ା ଶିକ୍ଷକ ହେମନ୍ତ କୁମାର ସାହୁ ସୁଚାରୁ ରୂପେ ପରିଚାଳନା କରିଥିଲେ। ଏହି ଅବସରରେ ଅନୁଷ୍ଠାନର ସମ୍ପାଦକ ମିଲନ କୁମାର ଭୋଇ ମଞ୍ଚ ପରିଚାଳନା କରିଥିବା ବେଳେ ଉପସଭାପତି ଶୁକଦେବ ସାହୁ, ନେପାଳ ଚନ୍ଦ୍ର ସାହୁ, ଅସୀମ ଭୋଇ, ପ୍ରତ୍ୟୁଷ କୁମାର ଭୋଇ, ତାପସ ଭୋଇ, ଓଁକାର ଭୋଇ, ମୋହିତ ସା, ହିତେଶ ଭୋଇ, ମାନସ ମାଝୀ ଓ ଦେଶରାଜ ସାହୁଙ୍କ ସମେତ ଅନୁଷ୍ଠାନର ସମସ୍ତ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା ରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.