ଓଡ଼ିଆ ବାର୍ତ୍ତା/ ସଇଁତଲା (ରମାକାନ୍ତ ରାଜପଲିଆ): ସଇଁତଲା ବ୍ଲକ ଝିଙ୍କିଡୁଙ୍ଗୁରି ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ପଞ୍ଚାୟତ କଳାକାର ସଙ୍ଘ ଆନୁକୂଲ୍ୟରେ ପଞ୍ଚାୟତ ସ୍ତରୀୟ କଳାକାର ସମାବେଶ ଅନୁଷ୍ଠିତ ହୋଇଯାଇଛି | କ୍ଷମାସାଗର ବାଗଙ୍କ ଅଧ୍ୟକ୍ଷତା ଓ ଜଗନ୍ନାଥ ମୁଦୁଲିଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ବଜରଙ୍ଗଲାଲ ଜୈନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ | ସଭା ପ୍ରାରମ୍ଭରେ କୁଳଧର ବଗର୍ତ୍ତୀ ମା’ ସରସ୍ବତୀଙ୍କ ପୂଜାର୍ଚ୍ଚନା କରିଥିଲେ | ତ୍ରୀବିକ୍ରମ ଖଣ୍ଡଗିରି, ଚନ୍ଦ୍ରଭାନୁ ବଗର୍ତ୍ତୀ, ଭାସ୍କର ଧରୁଆ, ନାରାୟଣ ମେଶ୍ଵା, କେଶବ ଚିନ୍ଦା, ଅନିରୁଦ୍ଧ ମହାକୁର, ମଙ୍ଗଳୁ କୁଅଁର, ମଦନ ତ୍ରିପାଠୀ, କୁଳମଣି ବାରିକ, ତ୍ରିନାଥ କମ୍ପ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ | ଲୁପ୍ତ ହେବାକୁ ବସିଥିବା ବିଭିନ୍ନ କଳାର ପୁନରୁଦ୍ଧାର, କଳାକାରମାନେ ନିଜସ୍ୱ କଳାର ବିକାଶ ଘଟାଇବା ସହ ଜିଲ୍ଲା ତଥା ରାଜ୍ୟ ସ୍ତରରେ ସୁନାମ ଅର୍ଜନ ପାଇଁ ସବୁ ସ୍ତରରେ ଉଦ୍ୟମ ହେବା ଆବଶ୍ୟକ ବୋଲି ସଭାରେ ମତପ୍ରକାଶ ପାଇଥିଲା | ଧର୍ମେନ୍ଦ୍ର ମୁଦୁଲି ଅତିଥି ପରିଚୟ ତଥା ଲକ୍ଷ୍ମଣ ବଗର୍ତ୍ତୀ ଧନ୍ୟବାଦ ଅର୍ପଣ କରିଥିଲେ |





