ଜାନୁଆରୀ ୧ ରେ ବାଜିବ ପଏଁରୀ ବାଜା : ସଜେଇ ହେଉଛି ଭିମଭୋଇ କଳାମଣ୍ଡପ

ସୁବର୍ଣ୍ଣପୁର,୨୪/୧୨ : ଲୋକ କଳା, ସଂକୃତିର ଜିଲ୍ଲା ସୁବର୍ଣ୍ଣପୁର । ଆଗକୁ ଆସୁଛି ବିଭିନ୍ନ ଜାନି ଯାତ୍ରା ଓ ତିହାର । ସେମାନଙ୍କ ମଧ୍ୟରୁ ଜିଲ୍ଲାର ଅଗ୍ରିମ ଲୋକ କଳା ଅନୁଷ୍ଠାନ ପଏଁରୀ ପାଳନ କରୁଥିବା ପଏଁରୀ ତିହାର ଅନ୍ୟତମ । ପଏଁରୀ ତିହାର ପାଇଁ ଚଳଚଞ୍ଚଳ ସହର । ପଏଁରୀ ସକାଶେ ଭିମ ଭୋଇ ମଞ୍ଚ ସଜେଇ ହେଉଛି । ଆଉ କିଛି ଦିନ ତଥା ଜାନୁଆରୀ ୧ରେ ସୁବର୍ଣ୍ଣପୁରରେ ସହରରେ ବାଜିବ ପଏଁରୀ ବାଜା । ଆସନ୍ତା ଜାନୁଆରୀ ୧ ତାରିଖରୁ ଆରମ୍ଭ ହୋଇ ତିନି ଦିନ ବ୍ୟାପୀ ତଥା ୩ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ତିହାର ପାଇଁ ଅନୁଷ୍ଠାନ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି । ଏ ନେଇ ସ୍ଥାନୀୟ ଟାଉନହଲ ର ଭିମଭୋଇ କଳା ମଣ୍ଡପରେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି ପର୍ବ । ପଏଁରୀ ତିହାର ସମୟରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ପାଇଁ ପୁଲିସ ପ୍ରଶାସନକୁ ଅନୁରୋଧ କରାଯାଇଛି । ଜିଲା ତଥା ପାର୍ଶ୍ୱସ୍ଥ ଅଞ୍ଚଳରୁ ପଏଁରୀ ପାଇଁ ଛୁଟିବ ଦର୍ଶକଙ୍କ ସୁଅ । ସୁବର୍ଣ୍ଣପୁରର କଳା, ସଂସ୍କୃତି, ସାହିତ୍ୟକୁ ପ୍ରୋତ୍ସାହନ ଦେବ ପଏଁରୀ ତିହାର – ୨୦୨୦ । ଏଥର ମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଶେଷ ଆକର୍ଷଣ ରହିବ ଜିଲାର ଓ ରଜ୍ୟର ଅନ୍ୟ ଜିଲ୍ଲା ଗୁଡିକର ଲୋକ କଳା ଉପରେ ସାଂସ୍କୃତିକ ନୃତ୍ୟ ପ୍ରଦର୍ଶନ । ଘୁବୁକୁଡୁ, ପତରସଅଁରା, ଧୁପଖେଲ ପରି ଅନେକ ଲେକାକଳା ପଦର୍ଶନ କରିବେ କଳାକାର । ଏଥିସହ ସ୍ଥାନ ପାଇବ ପଡୋଶୀ ରାଜ୍ୟ ର ଲୋକନୃତ୍ୟ । ଆସନ୍ତା ଜାନୁଆରି ୧ ରୁ ୩ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ପଏଁରୀ ତିହାର ପାଇଁ ସମସ୍ଥ ପ୍ରସ୍ତୁତି ପର୍ବ ସରିଥିବା କୁହନ୍ତି ଅନୁଷ୍ଠାନର ସଭାପତି ଓ ସମ୍ପାଦକ ।

ସେମାନଙ୍କ ମୁହଁରୁ

ଶ୍ରୀଯୁକ୍ତ ଲଢୁ କିଶୋର ମଲ୍ଲିକ, ସଭାପତି ପଏଁରୀ

ଦିର୍ଘ ୨୦ ବର୍ଷ ହେଲା ପଏଁରି ଅନୁଷ୍ଠାନ ତାର ପଏଁରୀ ତିହାର ପାଳନ କରି ଆସୁଛେ । ଏହି ବର୍ଷ ମଧ୍ୟ ପଏଁରୀ ତହାର-୨୦୨୦ ପାଳନ ହେବ । ଏଥିପାଇଁ ଅନୁଷ୍ଠାନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଧୁମଧାମ ରେ କରାଯାଉଛି ।

ଶ୍ରୀଯୁକ୍ତ ଚୈାଧୁରୀ ବିଭାର ,ସମ୍ପାଦକ ପଏଁରୀ

ଲୋକ କଳାକୁ ପ୍ରଚାର ପ୍ରସାର କରିବା ହେଉଛି ଏଇ ମହୋତ୍ସବର ମୂଳ ଲକ୍ଷ ଓ ଗାଁ ଗହଳିର ଲେକ କଳାକାର ମାନଙ୍କୁ ମଂଚରେ ସୁଯୋଗ ଦେବା ଏହାର ଉଦ୍ଦେଶ । ପ୍ରତି ବର୍ଷ ଶତାଧିକ କଳାକାର ମାନେ ଏହି ମଂଚରେ କଳା ପରିବେଶଣ କରି ଆସୁଛନ୍ତି ।

ସୁବର୍ଣ୍ଣପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ ସାହୁଙ୍କ ରିପୋର୍ଟ odiabarta.in

_________________________________________

୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.