କଳାହାଣ୍ଡିରେ ପୁଣି ବାଘ ଆତଙ୍କ

କଳାହାଣ୍ଡି: ସିଙ୍ଗାରୀ ଜଙ୍ଗଲରେ ପୁଣି ଆତଙ୍କ ଖେଳାଇଛି ବାଘମାମୁଁ । ବାଘ ହାବୁଡରେ ପଡି ନିଖୋଜ ହେଇଥିବା ୧୧ ଛେଳିଙ୍କ ମଧ୍ୟରୁ କେବଳ ତିନି ଗୋଟି ଛେଳିଙ୍କ ମୃତ ଦେହକୁ ଉଦ୍ଧାର କରିଛ ବନ ବିଭାଗ । ଏଭଳି ଘଟଣା ପ୍ରଚାର ହେବା ପରେ ସିଙ୍ଗାରୀ ଜଙ୍ଗଲକୁ ଲାଗିରହିଥିବା ଅଂଚଳବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହେଇଛି ।

Omkar Vasthu
Omkar Vasthu

ପ୍ରାପ୍ତ ସୂଚନା ଅନୁସାରେ ଗତ ମଙ୍ଗଳବାର ଦିନ ଅପରାହ୍ନରେ ଥୁଆମୁଳ ରାମପୁର ବ୍ଲକ ତଥା ସଦର ପଂଚାୟତ ଅଧିନସ୍ଥ ମେଲକୁନ୍ଦେଲ ଗ୍ରାମର ଉମର ପରାଭୋଇଙ୍କ ୭ ଗୋଟି ପରମାନନ୍ଦ ନାଏକଙ୍କ ୨ ଗୋଟି, ସନମତି ମାଝୀଙ୍କ ୧ଟି ଓ ଗାହି ପରାଭୋଇଙ୍କ ୧ଟି, ମୋଟ ୧୧ଟି ଛେଳିକୁ ଚରାଇବା ପାଇଁ ନିକଟସ୍ଥ ଜଙ୍ଗଲକୁ ନେଇଥିଲେ । ଛେଳିମାନେ ଚରୁଥିବା ସମୟରେ ବାଘ ହାବୁଡରେ ପଡିଯାଇଥିଲେ । ସଂଧ୍ୟା ସୁଦ୍ଧା ଛେଳି ସବୁ ଘରକୁ ନଆସିବାରୁ ଲୋକେ ଜଙ୍ଗଲ ଭିତରେ ଖୋଜିଥିଲେ । ତେବେ ଗୋଟିଏ ମଧ୍ୟ ଛେଳିର ସନ୍ଧାନ ମିଳିନଥିଲା । ବୁଧବାର ଦିନ ଏନେଇ ଥୁଆମୁଳ ରାମପୁର ବନାଂଚଳ ଅଧିକାରୀଙ୍କୁ ସୂଚନା ଦିଆଯାଇଥିଲା । ଏନେଇ ଜାଣିବା ପରେ ବନାଂଚଳ ଅଧିକାରୀ ପ୍ରଶାନ୍ତ କୁମାର ପାଲୋ ଜାଣିବା ପରେ ବନପାଳ ସୈରେନ୍ଦ୍ରୀ ବାଗ, ବନ ସୁରକ୍ଷା କର୍ମୀଶ୍ରୀନିବାସ ବାଣୁଆ, ବ୍ରଜ ସୁନ୍ଦର ବେହେରା, ଆମ ଜଙ୍ଗଲ ଯୋଜନାର ଟିମ ଲିଡର ବିଦ୍ୟାଧର ଗହୀର, ଗିରିରଞ୍ଜନ ଗହୀର ପ୍ରମୁଖ ଘଟଣାସ୍ଥଳରେ ପହଂଚି ଅନୁସଂଧାନ କରିଥିଲେ । ଗୁରୁବାର ଦିନ ନିଖୋଜ ୧୧ଟି ଛେଳି ମଧ୍ୟରୁ ମାତ୍ର ୩ଟି ଛେଳିର ମୃତ ଦେହ ଜଙ୍ଗଲ ଭିତରେ ପଡିଥିବା ଦେଖିଥିଲେ । ତାକୁ ବନ ବିଭାଗ ଦ୍ୱାରା ଉଦ୍ଧାର କରାଯାଇ ଶୁକ୍ରବାର ପ୍ରମୁଖ ବନ ବିଭାଗୀୟ କର୍ମଚାରୀଙ୍କ ଉପସ୍ଥିତିରେ ଥୁଆମୁଳ ରାମପୁର ସହକାରୀ ପ୍ରାଣୀ ସମ୍ପଦ ଅଧିକାରୀ ଡା.ଅମିତ ରଞ୍ଜନ ସାହୁ ଛେଳିସବୁକୁ ବ୍ୟବଚ୍ଛେଦ କରିଥିଲେ । ବନ ବିଭାଗ କର୍ମଚାରୀ ଛେଳି ନିଖୋଜ ଓ ମୃତ ଦେହ ଉଦ୍ଧାରର ସମସ୍ତ ଦିଗକୁ ଅନୁଧ୍ୟାନ କରିବା ପରେ ବାଘର ପାଦ ଚିହ୍ନକୁ ଅନୁଧ୍ୟାନ କରି ଏହା ବାଘମାମୁଁର କାଣ୍ଡ ବୋଲି ନିଶ୍ଚିତ କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ମାସେ ତଳେ ନିକଟସ୍ଥ ପୋଇଗୁଡା ଗ୍ରାମର ୨୨ ଗୋଟି ଛେଳି ଅନୁରୁପ ଭାବେ ବାଘର ଶିକାର ହେଇଥିଲା ।

Pearl dental clinic
Near Ashish Medical Store, Bhawanipatna

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Udyog Nursery
Udyogi Nursery

Subscribe us on Youtube👇

http://tiny.cc/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.