ପାଣି ପାଇଁ ଚାଷୀ ଆନ୍ଦୋଳନ : ନୂଆପଡ଼ା, ଖରିଆର ରୋଡ ସହର ଅଚଳ

  • ୧୨ ଘଣ୍ଟିଆ ବନ୍ଦ ପାଳନ କଲେ ଚାଷୀ

  • ରାଜପଥ ଅବରୋଧ,ଦୋକାନ ବଜାର ସମ୍ପୁର୍ଣ୍ଣ ବନ୍ଦ

  • ଶାନ୍ତି କମିଟି ବୈଠକ ବିଫଳ

ନୂଆପଡ଼ା,୧୯/୧: ସଦର ବ୍ଲକ ଅପର ଜୋଙ୍କ ଜଳସେଚନ ପ୍ରକଳ୍ପରେ ରବି ଚାଷ ପାଇଁ ତଳ ମୁଣ୍ଡ ଓ ଉପର ମୁଣ୍ଡ ଚାଷୀଙ୍କ ଆନ୍ଦୋଳନ ଦିନ କୁ ଦିନ ଉଗ୍ର ରୂପ ନେଉଛି । ଆଜି ତଳ ମୁଣ୍ଡ ଚାଷୀ ଆମକୁ ପାଣି ନ ଦେଲେ ତୁମକୁ ରାସ୍ତା ଦେବୁ ନାହିଁ ବୋଲି ଆନ୍ଦୋଳନକୁ ଓହ୍ଲାଇ ଜାତୀୟ ରାଜପଥ ୩୫୩କୁ ନୂଆପଡ଼ା, ସିଲଦା, ଗୋତମା, ଖରିଆର ରୋଡରେ ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ନୂଆପଡ଼ା ଓ ଖରିଆରରୋଡ ସହରକୁ ଅଚଳ କରିଥିଲେ । ଦୁଇ ସହରର ସମସ୍ତ ଦୋକାନ ବଜାର, ସରକାରୀ ବେସକାରୀ ଅଫିସ, ସ୍କୁଲ କଲେଜ ସମ୍ପୁର୍ଣ୍ଣ ହୋଇ ରହିଥିଲା । ସହରରୁ ଗାଁ ପଞ୍ଚର୍ଯ୍ୟନ୍ତ ଦୁଇଟି ଏନଏସି ଓ ୬ ଟି ପଞ୍ଚାୟତରେ ସମ୍ପୁର୍ଣ୍ଣ ବନ୍ଦ ପାଳନ କରି ଜିଲ୍ଲା ପ୍ରଶାସନକୁ ବଡ ଚେଲେଂଜ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଅପର ଜୋଙ୍କ ଜଳସେଚନ ପ୍ରକଳ୍ପରେ ପାଣି ପଞ୍ଚାୟତର ରେଜୁଲେସ, ଡିଏଲ୍ଏସି ଓ ପିସିଏଲ କୋର୍ଟର ନିର୍ଦ୍ଦେଶ ଅନୁସାରେ ତଳ ମୁଣ୍ଡର ପାଣି ପଞ୍ଚାୟତ ୬ ରୁ ୧୬ ପର୍ଯ୍ୟନ୍ତ ୧୧ଟି ପାଣି ପଞ୍ଚାୟତରେ ପାଣି ଦେବାର ନିୟମ ରହିଛି । ହେଲେ ଗତ ଡିସେମ୍ବର ୨୪ ତାରିଖରୁ ଉପର ମୁଣ୍ଡର ଚାଷୀଙ୍କ ଆନ୍ଦୋଳନ ଯୋଗୁଁ ରବି ଫସଲ ପାଇଁ ବିଳମ୍ବ ଘଟୁଛି । ରବି ଚାଷ ପାଇଁ ସମୟ ଗଡିଚାଳିଛି । ଆନ୍ଦୋଳବକୁ ୨୬ ଦିନ ବିତି ଯାଇଥିିଲେ ଜିଲ୍ଲା ପ୍ରଶାସନ କୌଣସି ସମାଧାନ କରି ପାରିନାହିଁ । ଏଭଳି ସ୍ଥିତିରେ ତଳମୁଣ୍ଡର ଚାଷୀ ଆଜି ପୁଣି ରାଜ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିଛନ୍ତି ।

Udyog Nursery
Udyogi Nursery

ନୂଆପଡ଼ା,ଖରିଆରରୋଡ ସହର ସମେତ ଗୋତମା, ସିଲଦା ନିଟକରେ ଜାତୀୟ ରାଜପଥ ୩୫୩କୁ ଅବରୋଧ କରିଥିଲେ । ଦୁଇ ସହରରେ ଦୋକାନ, ବଜାର, ସରକାରୀ, ବେସରକାରୀ ଅଫିସ, ସ୍କୁଲ, କଲେଜ ସମ୍ପୁର୍ଣ୍ଣ ବନ୍ଦ କରିଥିଲେ । ନୂଆପଡ଼ାରୁ ସାରାବଙ୍ଗ ରାସ୍ତାକୁ ଶାଖାତରା ଓ କରଚୁଲ ଏବଂ ଖରିଆରରୋଡରୁ ସାରାବଙ୍ଗ ରାସ୍ତାକୁ ଡୁମେରପାଣି ନିକଟରେ ରାସ୍ତା ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସେହିପରି ଗୋଡଫୁଲା, ଡୁମେରପାଣି, ଆମସେନା, ବୁଢିପାଲି, ଭଇଁଷାତାଲ ଓ ପରକୋଡର ପଞ୍ଚାୟତର ସମସ୍ତ ରାସ୍ତାକୁ ଚାଷୀ ଅବରୋଧ କରିଥିଲେ । ସଦର ବ୍ଲକର ସମସ୍ତ ରାସ୍ତା ଅବରୋଧ କରିଥିବା ବେଳେ ନୂଆପଡ଼ା, ଖରିଆର ରୋଡ ସହର ସମ୍ପୁର୍ଣ୍ଣ ଅଚଳ ହୋଇ ପଡିଥିଲା ।

ମଧ୍ୟାହ୍ନରେ ଜଳ ସେଚନ ବିଭାଗ ଡାକବଙ୍ଗଲାଠାରେ ସହରର ବରିଷ୍ଠ ଆଇନଜିବୀ ମୁରଲିଧର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ଶାନ୍ତି ବୈଠକ ଅନୁଷ୍ଠିତ ହୋଇଥିଲା । ଉପ-ଜିଲ୍ଲାପାଳ ତରଣୀସେନ ନାଏକ, ଜୋଙ୍କ ଜଳସେଚନ ପ୍ରକଳ୍ପ ନିର୍ବାହୀ ଯନ୍ତ୍ରୀ ଗୌରାଙ୍ଗ ଚରଣ ସାହୁ, ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ କବିରାଜ ବେହେରା, ଏଏସପି ସୁନୀଲ କୁମାର ଆଚାର୍ଯ୍ୟ, ଏସଡିପିଓ ବିଦ୍ୟୁତ ପଣ୍ଡା, ଜିଲ୍ଲା ଓକିଲ ସଂଘ ସଭାପତି ପ୍ରସନ୍ନ କୁମାର ପାଢୀ, ସମ୍ପାଦକ ଧର୍ମବୀର ଯୋଷୀ, ବୁଦ୍ଧିଜିବୀ ସରୋଜ କୁମାର ସାହୁ, ବରିଷ୍ଠ ନାଗରିକ ହାଲ୍ଲା ସିଂ, ପାଣୀ ପଞ୍ଚାୟତ ଶିର୍ଷ କମିଟି ଅଧ୍ୟକ୍ଷ ରାଜେଶ ନିଗମ, ପାଣି ପଞ୍ଚାୟତ ସଭାପତି ପ୍ରମୋଦ ସାହୁ, ମନୋଜ ସାହୁ, ଧନୀରାମ ସାହୁ, ଯୋଗେଶ୍ୱର କୃଷକ ମଂଚ ସଭାପତି ପ୍ରକାଶ ଦୀକ୍ଷିତ, ଆବାହକ ଭରତଲାଲ ରାଉତ, କମଲେଶ ଦୀକ୍ଷିତ ପ୍ରମୁଖ ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ । ବିସ୍ଥାପିତ ଓ ଜିରୋ ହେଡ ଚାଷୀ ପାଣି ପାଇବା ପ୍ରଥମ ଅଧିକାର ବୋଲି ଉପର ମୁଣ୍ଡ ଚାଷୀ ନିଜ ଜିଦରେ ରହିଥିଲେ । ପାଣି ପଞ୍ଚାୟତର ରେଜୁଲେସ, ଡିଏଲ୍ଏସି ଓ ପିସିଏଲ କୋର୍ଟର ନିର୍ଦ୍ଦେଷ ଅନୁସାରେ ତଳ ମୁଣ୍ଡ ଚାଷୀ ନିଜ ଜିଦରେ ଅଟଳ ରହିଥିଲେ । ସାଢେ ୧୨ ରୁ ସାଢେ ୩ ଟା ପର୍ଯ୍ୟନ୍ତ ୩ ଘଣ୍ଟା ଧରି ଆଲୋଚନା ହୋଇଥିଲେ ବି କୌଣସି ନିଷ୍କର୍ଶ ବାହାରି ନଥିଲା । ଖବର ଲେଖା ହେବା ପର୍ଯ୍ୟନ୍ତ (ସନ୍ଧ୍ୟା ୭ ଟା) ତଳ ମୁଣ୍ଡା ଚାଷୀଙ୍କ ଆନ୍ଦୋଳନ ଆହୁରି ତୀବ୍ରତର ହେବାରେ ଲାଗିଛି ।

ସନ୍ଧ୍ୟାରେ ସ୍ଥାନୀୟ ଏକତା ଛକ ନିକଟ ରାସ୍ତା ଅବରୋଧରେ ଚାଷୀଙ୍କ ସଖ୍ୟା ବଢି ଚାଳିଥିବାରୁ ଉତ୍ତେଜନା ବଢିବାରେ ଲାଗିଛି । ଅନ୍ୟପକ୍ଷେ ଯାତ୍ରୀମାନେ ମଧ୍ୟ ୧୨ ଘଣ୍ଟା ରାସ୍ତା ବନ୍ଦ ହୋଇ ରହିଥିବାରୁ ରାସ୍ତା ଛାଡିବାକୁ ଦାବି କରୁଛନ୍ତି । ଘଟଣା ସ୍ଥଳରେ ଏସଡିପିଓ ଶ୍ରୀ ପଣ୍ଡାଙ୍କ ନେତୃତ୍ୱରେ ପୁଲିସ ଫୋର୍ସ, ଜବାନ ନିୟୋଜିତ ହୋଇ ଘଟଣାର ଅନୁଧ୍ୟାନ କରିବା ସହ ଆନ୍ଦୋଳନରତ ଚାଷୀଙ୍କୁ ବୁଝା ସୁଝା କରୁଛନ୍ତି । ରାସ୍ତା ଉଭୟ ପାଶ୍ୱରେ ପ୍ରାୟ ୩ କିମି ଲେଖାଏଁ ଦୂରତା ପର୍ଯ୍ୟନ୍ତ ଶତାଧିକ ଯାନବାହନ ଅଟକି ରହିଛି । ୧୨ ଘଣ୍ଟା ଧରି ଦୋକାନ ବଜାର ବନ୍ଦ ରହିଥିବାରୁ ଯାତ୍ରୀମାନେ ଭୋକ ଓପାସରେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏନେଇ ଉପ ଜିଲ୍ଲାପାଳ ଶ୍ରୀ ନାକଙ୍କୁ ପଚାରିବାରୁ, ଉଭୟ ପକ୍ଷ, ବୁଦ୍ଧିଜୀବୀ, ଆଇନଜୀବୀଙ୍କୁ ନେଇ ଶାନ୍ତି କମିଟି ବୈଠକ ହୋଇଥିଲା । ଉଭୟ ପକ୍ଷ ନିଜ ଜିଦରେ ଅଟଳ ରହିବାରୁ କୌଣସି ସମାଧାନ ହୋଇ ପାରିନାହିଁ । ଶାନ୍ତି ବଜାୟ ରଖିବାକୁ ଆମେ ସଜାଗ ଅଛୁ । କେମିତି ଶିଘ୍ର ସମାଧାନ ହେବ ତା ଉପରେ ଆଲୋଚନା ଚାଳିଛି ବୋଲି କହିଥିଲେ ।

ନୂଆପଡ଼ାରୁ ମହେନ୍ଦ୍ର କୁମାର ବାଗ (ରାହୁଲ)ଙ୍କ ରିପୋର୍ଟ୍ odiabarta.in

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Subscribe us on Youtube👇

http://tiny.cc/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.