ମହିଳା କଂଗ୍ରେସର ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ

କଳାହାଣ୍ଡି,୧୯/୧: କଳାହାଣ୍ଡି ଜିଲ୍ଲା ମହିଳା କଂଗ୍ରେସ ପକ୍ଷରୁ ଆଜି କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଆବାସିକ ବିଦ୍ୟାଳୟରେ ଅଧ୍ୟୟନରତ ଅଷ୍ଟମ ଶ୍ରେଣୀ ଛାତ୍ରୀ ସନ୍ତାନ ପ୍ରସବ କରିବା ଘଟଣାରେ ମନ୍ତ୍ରୀ ମଣ୍ଡଳରୁ ମନ୍ତ୍ରୀ ରମେଶ ମାଝୀ ଓ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କୁ ବହିଷ୍କାର ଦାବି ସହ ଶିରିମସ୍କା ଆବାସିକ ବିଦ୍ୟାଳୟର ଛାତ୍ରୀ ଦୁଷ୍କର୍ମ ଘଟଣାର ବିଚାର ବିଭାଗୀୟ ତଦନ୍ତ ସହ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବିରେ ଏହି ଘେରାଉ କରାଯାଇଛି ବୋଲି ଜିଲ୍ଲା ସଭାନେତ୍ରୀ ମହିଳା କଂଗ୍ରେସ ଶ୍ରୀମତୀ ସୁକାନ୍ତି ସରାଫ ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ମହିଳା ମାନେ ଯୋଗ ଦେଇଥିଲେ ।

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Subscribe us on Youtube👇

http://tiny.cc/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.