ସରସ୍ୱତୀ କଳା ପରିଷଦର ୧୭ତମ ବାର୍ଷିକ ଉତ୍ସବ ପ୍ରସ୍ତୁତି ଚୂଡାନ୍ତ

କଟକ: କଟକ ସଦର ଅନ୍ତର୍ଗତ କନ୍ଦରପୁର ଅଞ୍ଚଳର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ସରସ୍ୱତୀ କଳା ପରିଷଦର ୧୭ତମ ବାର୍ଷିକ ଉତ୍ସବ ପାଳନ ନେଇ ଏକ ପ୍ରସ୍ତୁତି ବୈଠକ ପରିଷଦ କାର୍ଯ୍ୟଳୟରେ ଅନୁଷ୍ଠିତ ହୋଇଯାଇଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ଡିସେମ୍ବର ମାସ ୨୭ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ କରୋନା କଟକଣା ମଧ୍ୟରେ ଏହି ଉତ୍ସବ ପାଳନ କରାଯିବାକୁ ବୈଠକରେ ସ୍ଥିର କରାଯାଇଥିଲା। ଏହି ଉତ୍ସବରେ ଛାତ୍ରଛାତ୍ରୀମାନଙ୍କର ସମସ୍ତ ପ୍ରତିଯୋଗିତା ଅନଲାଇନ ମାଧ୍ୟମରେ କରାଯାଇ ଯୋଗ୍ୟ ବିବେଚିତ ପ୍ରତିଭାଙ୍କୁ ପୁରସ୍କୃତ କରାଯିବ। ପରିଷଦ ପକ୍ଷରୁ ସାରସ୍ୱତ ପ୍ରତିଭା ସମ୍ମାନ ପର୍ବ, ପତ୍ରପତ୍ରିକା ଉନ୍ମୋଚନ, ରକ୍ତଦାନ ଶିବିର ଆଦି ଆୟୋଜନର କାର୍ଯ୍ୟକ୍ରମ ସ୍ଥିର କରାଯାଇଛି। ଏହି ବୈଠକରେ ପରିଷଦର ସମ୍ପାଦକ ନାଟ୍ୟକାର ଅଶୋକ ପଟ୍ଟନାୟକ, ସଭାପତି ନାରୀନେତ୍ରୀ ପ୍ରତିଭା ଶତପଥୀ, ପ୍ରାଧ୍ୟାପକ ପ୍ରଫୁଲ୍ଲ ଦାସ, ସଂଯୋଜକ ଚକ୍ରବର୍ତ୍ତୀ ଓତା, ଅଭିରାମ ସାହୁ, ସଂଧ୍ୟାରାଣୀ ଦାଶ, ସାମ୍ବାଦିକ ପ୍ରଭାତ ମଲ୍ଲିକ, କୋଷାଧ୍ୟକ୍ଷ ଇଂ.ସେବକ ଶ୍ରୀକାନ୍ତ, ସାହିତ୍ୟିକ ବିକ୍ରମ ନନ୍ଦ, ଛାତ୍ରୀ ଶିଖା ସାହୁ, ଛାତ୍ରୀ ବର୍ଷା ରାଉତ ତଥା ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.