ଲାଞ୍ଜିଗଡ଼ ତହସିଲ କାର୍ଯ୍ୟାଳୟରେ ପଟ୍ଟା ବଣ୍ଟନ

ଲାଞ୍ଜିଗଡ଼ (ଦୁଃଖୀଶ୍ୟାମ ନାଗ): ଲାଞ୍ଜିଗଡ଼ ରାଜସ୍ୱ ନିରୀକ୍ଷକ ମଣ୍ଡଳୀର ଦୁଇଜଣ ବ୍ୟକ୍ତିଙ୍କୁ ଲାଞ୍ଜିଗଡ଼ ତହସିଲ କାର୍ଯ୍ୟାଳୟରେ ପଟ୍ଟା ବଣ୍ଟନ କରାଯାଇଛି। ସେହି ଦୁଇଜଣ ହେଉଛନ୍ତି ବିକାଶ ନାଏକ ଓ ଜଳନ୍ଧର ହରିଜନ। ଉକ୍ତ କାର୍ଯ୍ୟକ୍ରମରେ ଭବାନୀପାଟଣା ଉପଜିଲ୍ଲାପାଳ ସୁଶାନ୍ତ କୁମାର ସିଂହ, ତହସିଲଦାର ମୁନିନ୍ଦ୍ର ହୋଂନଗା, ଅତିରିକ୍ତ ତହସିଲଦାର ମନୋଜ କୁମାର ପାଣିଗ୍ରାହୀ, ରାଜସ୍ବ ପରିଦର୍ଶକ ଅରୁଣ କୁମାର ମାଝୀ, ଲାଞ୍ଜିଗଡ଼ ରାଜସ୍ବ ନିରୀକ୍ଷକ ବୈବସୁତ ବାଗ ସହ ଅନ୍ୟାନ୍ୟ ରାଜସ୍ବ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

ଉକ୍ତ କାର୍ଯ୍ୟକ୍ରମ ଲାଞ୍ଜିଗଡ଼ ରାଜସ୍ବ ନିରୀକ୍ଷକଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ହୋଇଥିଲା। ପ୍ରକାଶ ଥାଉକି, ଲାଞ୍ଜିଗଡ଼ ତହସିଲର ସାଲ ତମାମି କାର୍ଯ୍ୟ ମଧ୍ୟ ଉପଜିଲ୍ଲାପାଳଙ୍କ ଦ୍ୱାରା ସମାପନ ହୋଇଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.