ସ୍ୱାମୀ ବିବେକାନନ୍ଦ ୟୁଥ୍ କ୍ଲବ୍ ର ବାର୍ଷିକୋତ୍ସବ ଏବଂ ବିବେକାନନ୍ଦ ଜୟନ୍ତୀ

କଳାହାଣ୍ଡି, (ହେମନ୍ତ ସାହୁ): କଳାହାଣ୍ଡିର ଅଗ୍ରଣୀ ଯୁବକ ସଂଘ ସ୍ୱାମୀ ବିବେକାନନ୍ଦ ୟୂୁଥ୍ କ୍ଲବ ସିଂହପୁରର ବାର୍ଷିକୋତ୍ସବ ଏବଂ ବିବେକାନନ୍ଦ ଜୟନ୍ତୀ ମହାସମାରୋହରେ ପାଳିତ ହେଇଯାଇଛି । ଏହି କାର୍ଯ୍ୟକ୍ରମ ନିମନ୍ତେ ମଶାଲ ଶୋଭାଯାତ୍ରା ସହିତ ବିଭିନ୍ନ ସ୍ତରୀୟ ପ୍ରତିଯୋଗିତା ସବୁ ଆୟୋଜନ କରାଯାଇଥିଲା। ବର୍ଷିକୋତ୍ସବ ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୁବ ଗାଳ୍ପିକ ସୁଧୀର କୁମାର ଧଙ୍ଗଡ଼ାମାଝୀ, ମୁଖ୍ୟବକ୍ତା କବି ତଥା ବରିଷ୍ଠ ସାମ୍ବାଦିକ ହେମନ୍ତ ସାହୁ, ସମ୍ମାନୀତ ଅତିଥି ସରପଂଚ ବିଦ୍ୟାଧର ପାତ୍ର, ସମାଜସେବୀ ଗୋକୁଳାନନ୍ଦ ବିଶ୍ୱାଳ, ବ୍ୟଙ୍ଗ କବି ସୁଶାନ୍ତ ମିଶ୍ର, ଅଧ୍ୟାପକ କୌତୁକ ପନ୍ଦର, ସମିତି ସଭ୍ୟ ରାମ ସିଂ ଧରୁଆ, ପିଇଓ ଗଣପତିି ନାୟକ ଯୋଗଦେଇ ସ୍ୱାମୀଜୀଙ୍କ ଜୀବନୀ ଓ ତାଙ୍କରି ଜୀବନଧାରା ଉପରେ ବିଭିନ୍ନ ଦିଗରେ ଆଲୋକପାତ କରିଥିଲେ ।

ଏହି ଅବସରରେ ବିଭିନ୍ନ ପ୍ରତିଯୋଗୀତାର କୃତୀ ପ୍ରତିଯୋଗୀଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । କ୍ଳବର ସଭାପତି ରାଜକୁମାର ଗାନ୍ଧୀ ସଭାପତିତ୍ୱ କରିଥିବାବେଳେ ପିଇଓ ଗଣପତି ନାୟକ ଧନ୍ୟବାଦାର୍ପଣ କରିଥିଲେ ।

ସଂପାଦକ କ୍ଷୀରସାଗର ଧରୁଆ, ବିକାଶ ପଧାନ, ଜୀବେଶ ସା, ନିର୍ମଳ ଚନ୍ଦ୍ର ଗାନ୍ଧୀ, ଗୋବିନ୍ଦ ଭୋଇ, ଆକାଶ ପଧାନ, ବୈଦ୍ୟନାଥ ପଧାନ, ଜୀତେନ୍ଦ୍ର ପଧାନ, ଦୀଲୁ ପଧାନ, ଜଗନ୍ନାଥ ପଧାନ, ମନୁରାଜ ପଧାନ, ବିମଳ ତାଣ୍ଡି, ଶରତ ବାଗ, ବାପୁନ ପଧାନ, ଅଜିତ ପଧାନ,ଶରତ ଧରୁଆ, ସୁବାସ, ବବଲୁ, ସନ୍ତ, ସୁନୀଲ, ନେପାଳ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ଏହି ଅବସରରେ ଏକ ମନୋଜ୍ଞ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି ସାଂସ୍କୃତିକ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବରେ ସମାଜସେବୀ ମନୋଜ ପଟ୍ଟନାୟକ ଯୋଗଦେଇଥିଲେ ।

ହିନ୍ଦୀରେ ଏହି ଖବର ପଢିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.