ପତୋରାରେ ଜଳ ଆବଣ୍ଟନ ନେଇ ତେଜୁଛି ବିବାଦ

ଗାଁ ବନ୍ଦ, ଧାରଣାରେ ଚାଷୀ କୁଳ

ନୂଆପଡା: ଅପର ଜୋଙ୍କ ଜଳ ସେଚନ ପ୍ରକଳ୍ପରେ ରବି ଋତୁର ଚାଷ ପାଇଁ ଜଳ ଆବଣ୍ଟନକୁ ନେଇ ତଳମୁଣ୍ଡ ଚାଷୀ ଓ ଉପରମୁଣ୍ଡ ଚାଷୀଙ୍କ ମଧ୍ୟରେ ବିବାଦ ତେଜୁଛି। ଆଜି ସଦର ବ୍ଲକ ଖୁଟମନଭେରା ପଂଚାୟତ ପତୋରା ଗାଁ ପାଣି ପଂଚାୟତ ନମ୍ବର ୧ ର ସମସ୍ତ ଚାଷୀ ନିଜର କାମ ଧନ୍ଦା ଛାଡି ଗାଁ ବସ୍ତିରେ ୫ଦଫା ଦାବୀ ନେଇ ଧାରଣାରେ ବସିଛନ୍ତି। ଏହି ଧାରଣାର ସମର୍ଥନରେ ଭେରା ଓ ପଞ୍ଚମପୁର ଗାଁରେ ମଧ୍ୟ ଚାଷୀ କୁଳ ଧାରଣାରେ ବସିଛନ୍ତି।

ତେବେ ଜିରୋ ହେଡ଼ରୁ ପାଣି ଛଡା ଯିବା, ୫୦ ରୁ ଉର୍ଦ୍ଧ ଗଭୀର ନଳକୂଅ ଯୋଗାଇ ଦିଆ ଯିବା, ଜଳ କର ଛାଡ଼ କରାଯିବା ଆଦି ପ୍ରମୁଖ ଦାବୀ ନେଇ ଗାଁର ସମସ୍ତ ଚାଷୀ କୁଳ ସପରିବାର ଧାରଣାରେ ବସିଛନ୍ତି। ଅନ୍ୟପକ୍ଷେ ଡେମରୁ ପାଣି ଛାଡିବାକୁ ଜଳ ସେଚନ ବିଭାଗ ସହ ଜିଲ୍ଲା ପ୍ରଶାସନର ଅଧିକାରୀ ଗଣ ଧାରଣା ସ୍ଥଳକୁ ଆସିଥିଲେ। କିନ୍ତୁ ଆନ୍ଦୋଳନ କାରୀ ମାନଙ୍କ ଧାରଣା ସ୍ଥଳରେ ଅଟକି ରହିଗଲେ। ଦୀର୍ଘ ସମୟ ଧରି ଆନ୍ଦୋଳନ କାରୀଙ୍କ ସହ ଆଲୋଚନା କରିଥିଲେ ମଧ୍ୟ କୌଣସି ସମାଧାନ ହୋଇ ପାରି ନଥିଲା।

ଏଠାରେ ସୂଚନା ଯୋଗ୍ୟ ଯେ, ତଳମୁଣ୍ଡ ଚାଷୀ ଜଳ ପାଇଁ ଗତ ୧୫ ତାରିଖ ଦିନ ଜାତୀୟ ରାଜପଥ ୩୫୩ କୁ ଅବରୋଧ କରିଥିଲେ। ସେହିଦିନ ଜିଲ୍ଲା ପ୍ରଶାସନ ଆଜି ପାଣି ଛାଡିବା ପାଇଁ ଚାଷୀଙ୍କୁ ପ୍ରତିଶୃତି ଦେଇଥିଲା। ବର୍ତମାନ ପ୍ରଶାସନ ପାଇଁ ଜଳ ବଣ୍ଟନ କରିବା ମୁଣ୍ଡ ବ୍ୟଥାର କାରଣ ହୋଇଛି। ଏହି ଧାରଣାରେ ଜଳ ସେଚନ ବିଭାଗ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଗୌରାଙ୍ଗ ଚରଣ ସାହୁ ଉପସ୍ଥିତ ଥିବା ବେଳେ ପ୍ରଶାସନ ତରଫରୁ ସବ କଲେକ୍ଟର ତରଣୀ ସେନ ନାୟକ, ନୂଆପଡା ତହସିଲଦାର ଦେବେନ୍ଦ୍ର ରାଉତ, ୨ ଜଣ ଅତିରିକ୍ତ ତହସିଲଦାର, ଏ.ଏସ.ପି. ସୁନୀଲ ଆଚାର୍ଯ୍ୟ ଓ ଏସ.ଡି.ପି.ଓ. ପ୍ରଶାନ୍ତ ପଟ୍ଟନାୟକଙ୍କ ସଦର ପଂଚାୟତର ଧରମବନ୍ଧା ଆଇ.ଆଇ.ସି. ଦିଲୀପ ଲାକ୍ରା ସହ ୨ ପ୍ଲାଟୁନ ପୋଲିସ ଫୋର୍ସ ସୁରକ୍ଷା ବ୍ୟବସ୍ଥା ଦୃଷ୍ଟି ରୁ ମୁତୟନ କରାଯାଇଅଛି। ତେବେ ଖବର ଲେଖିବା ସମୟ ମଧ୍ୟରେ ଧାରଣା ରେ ବସି ଥିବା ଚାଷୀ ଓ ପ୍ରଶାସନ ମଧ୍ୟ ରେ କୌଣସି ମଧ୍ୟ ସମାଧାନ ହୋଇ ନଥିଲା।

ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର ବାଗ (ରାହୁଲ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.