କଦମଗୁଡା ପଞ୍ଚାୟତରେ ସାପ୍ତାହିକ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର

ଲାଞ୍ଜିଗଡ: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ପ୍ରଶାସନ ପକ୍ଷରୁ ନିଆଯାଇଥିବା ଅଭିନବ ପ୍ରୟାସ କ୍ରମରେ ବ୍ଲକର ପ୍ରତି ପଞ୍ଚାୟତରେ ସାପ୍ତାହିକ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ଆୟୋଜିତ ହେଉଛି। ଏହି କ୍ରମରେ କଦମଗୁଡା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟଠାରେ ଏହି ଶିବିର ଅନୁଷ୍ଠିତ ହୋଇଥିବାବେଳେ ଏଥିରେ କାର୍ଯ୍ୟକ୍ରମର ମୁଖ୍ୟ ପୁରୋଧା ଲାଞ୍ଜିଗଡ ବିଡିଓ ଜିତେନ୍ଦ୍ର କୁମାର ମିଶ୍ର ଯୋଗଦେଇ ଲୋକଙ୍କ ଅଭିଯୋଗ ଗ୍ରହଣ କରିବା ସହିତ ସମାଧାନ ପାଇଁ ଉଦ୍ୟମ କରିଥିଲେ ।

Omkar Vasthu
Omkar Vasthu


ତାଙ୍କ ସହିତ ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷ ଇ. ଫକୀର ମୋହନ ମାଝୀ,ଏବିଡିଓ ବିଭୁତିଭୂଷଣ ଶତପଥି, କମର୍ଦ୍ଧା ସମିତି ସଭ୍ୟ ଜଗଦୀଶ ବେନିଆଁ, ଏପିଓ ସଞ୍ଜିତ କୁମାର ପରିଡା, ଗ୍ରାମ୍ୟ ଜଳଯୋଗାଣ କନିଷ୍ଠ ଯନ୍ତ୍ରୀ ଦଶମନ୍ତ ମାଝୀ, ସାମାଜିକ ସମ୍ପ୍ରସାରଣ ବିଭାଗର ପୀତବାସ ସାହୁ, ପିଇଓ ମନୋଜ ମାଝୀ, ଯନ୍ତ୍ରୀ ଅକ୍ଷୟ କୁମାର ମହାପାତ୍ର, ଯୋଗାଣ ବିଭାଗରୁ ଲକ୍ଷ୍ମଣ ନାଏକ, ଲାଞ୍ଜିଗଡରୋଡ଼ ରାଜସ୍ୱ ନିରୀକ୍ଷକ ବୈବସୁତ ବାଗ ପ୍ରମୁଖ ଯୋଗ ଦେଇଥିଲେ। କଦମଗୁଡା ସରପଞ୍ଚ ଜ୍ୟୋତ୍ସ୍ନା ମାଝୀ, ପଞ୍ଚାୟତ ନିର୍ବାହୀ ଅଧିକାରୀ ନରହରି ଭୋଇ, ସମିତି ସଭ୍ୟା ମଇନା ମାଝୀ, ଗ୍ରାମ ରୋଜଗାର ସେବକ ପ୍ରଦ୍ୟୁମ୍ନ ସାହୁ ପ୍ରମୁଖ ପରିଚାଳନା କରିଥିଲେ।

Pearl dental clinic
Near Ashish Medical Store, Bhawanipatna


ପଞ୍ଚାୟତର ସମସ୍ତ ୱାଡ଼ମେମ୍ବର ଉପସ୍ଥିତ ଥିଲେ। ଏହି ଶିବିରରେ ରେକର୍ଡ ସଂଖ୍ୟକ ୧୯୦ ଜଣ ଲୋକ ଯୋଗଦେଇ ସେମାନଙ୍କ ଆପତ୍ତି ଅଭିଯୋଗ ଜଣାଇଥିଲେ । ଆଜିର ଶିବିରରେ ଲୋକେ ଗୃହ ନିର୍ମାଣ, ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା, ପାନୀୟ ଜଳ, ମନରେଗା ଆଦି ସମସ୍ୟା ସମ୍ପର୍କରେ ଅଭିଯୋଗ କରିଥିଲେ। ଲୋକଙ୍କ ଅଭିଯୋଗ ଓ ସେଗୁଡିକର ସମାଧାନ ପାଇଁ ବିଡିଓ ଶ୍ରୀ ମିଶ୍ର ବ୍ଲକ ତଥା ପଞ୍ଚାୟତସ୍ତରୀୟ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

Udyog Nursery
Udyogi Nursery

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.